27.1 C
Bhubaneswar
Friday, March 29, 2024
Homeଓଡିଶାଅନୈତିକ ସଂପର୍କ ନେଇ ସୌମ୍ୟଙ୍କ ବାପା ଦେଲେ ବିସ୍ଫୋରକ ତଥ୍ୟ

ଅନୈତିକ ସଂପର୍କ ନେଇ ସୌମ୍ୟଙ୍କ ବାପା ଦେଲେ ବିସ୍ଫୋରକ ତଥ୍ୟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ସୌମ୍ୟଙ୍କ ବାପା ବିସ୍ଫୋରକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ‘ଏସପି ତାଙ୍କୁ ସସପେଣ୍ଡ କରନ୍ତୁ । ଆଉ ଜଣଙ୍କୁ ଦାୟିତ୍ୱ ଦେଇ ସେ ଅଗ୍ରଗାମୀ କେମିତି କରିବେ । କାର୍ଯ୍ୟରେ ଅଛନ୍ତି । ପ୍ରମାଣ ହସ୍ତଗତ କରିପାରନ୍ତି । ଯେହେତୁ ଅଲ ଓଡିଶା ଲେବୁଲର ଜଣେ ଅଫିସର ତାଙ୍କୁ ଆମେ ଦୁଃଖ ଜଣେଇବୁ । ସେ ସମାଧାନ କରିବେ କି ନକରିବେ ସେଇଟା ତାଙ୍କ ଉପରେ ନିର୍ଭର କରୁଛି । ଆମର ଆଶା ଅଛି, ତାଙ୍କୁ ଦାବି କଲେ ଯେ ଆମ ଅସୁବିଧାଟାକୁ ଦୂର କରିବେ । ଆମେ ଜଣେଇବା ପାଇଁ ଆସିଛୁ ଡିଏଫଓଏଙ୍କୁ ସସପେଣ୍ଡ କରାଯାଉ । ଆଉ ତାଙ୍କର ଯୋଉମାନେ ଏଥିରେ ସଂପୃକ୍ତ ସେମାନଙ୍କୁ ବି ସସପେଣ୍ଡ କରାଯାଉ । ଆଉ ୟଙ୍କଳର କ୍ରାଇମବ୍ରାଂଚ ତଦନ୍ତ ବି କରାଯାଉ । ସେଇ ଏକା କଥା ତାଙ୍କୁ ବି ଜଣେଇବୁ  ଏ ବିଷୟରେ ।  ଇନକ୍ୱାରି ତ, ଆମେ ସାଙ୍ଗେ ସାଙ୍ଗେ ୧୪ ତାରିଖରେ ପଠେଇଲୁ ଅନଲାଇନରେ ଏପଆଇଆର କପି । ସେ ଆମକୁ ରିଟର୍ଣ୍ଣ ବି ଅନଲାଇନରେ ଦେଲେ । ସେ ବି ତୁରନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । ଫାଣ୍ଡିକୁ ନେଇକି ଆମକୁ ସେଠି ଭେରିଫିକେସନ ଯାଇଛି । ସେଇଟା ହତ୍ୟା ଏ ଯୋଉ କହିଲେ ପୋଡି ଯାଇଛି ବୋଲି , ପୋଡି ଯିବାଟା ମିଛ । କିଛି ପୋଡି ଯିବାର ଚିହ୍ନବର୍ଣ୍ଣ ନାହିଁ । ଏମିତି ବି ପୁଅ ମୋ ପୁଅ ସେମିତି ନୁହେଁ । ସେ କେବେ ସୁଇସାଇଡ କରିବନି । କିନ୍ତୁ ତାକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ସେ ହତ୍ୟାର ମୋ ବୋହୂ , ଆଉ ସେ ଯିଏ ରୋଷେଇ କରୁଥିଲା ସେ  ଉଇଥ ଡିଏଫଓଙ୍କ ସହିତ ମୋ ବୋହୂର ଅନୈତିକ ସଂପର୍କ ଅଛି, ସେଇଟାକୁ ଆମେ ସନ୍ଦେହ କରୁଛୁ । ଏଣୁ ଡିଏଫଓଙ୍କୁ ସସପେଣ୍ଡ କରାଯାଉ । ସେ ମିଛ କହୁଛନ୍ତି । ସଂପୃକ୍ତି ନାହିଁ । ଯଦି ଜଣେ ପୋଡି ଗଲା , ୯୦ ପରସେଣ୍ଟ ପୋଡି ଯାଇଛି, ଆମ୍ବୁଲାନ୍ସ କୋ ଆଇଆଇସି ମମତା ପଣ୍ଡା ସେ କାହିଁକି ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ରଖିଲା । ଯୋଉଦିନ ଯାଇକି ସେ ସାଇଣ୍ଟିଫିକ ଟିମ ଆମ ଘର ଦେଖିଲେ , ସେଠି ବୋହୂର କିଛି ଜିନିଷ ନାହିଁ । ବୋହୂର ଲୁଗାପଟା ସେହି ହସ୍ପିଟାଲରୁ ଗାଡିରେ ଆଣିକି ସେହି ଆଇଆଇସି ବରହମପୁରରେ ଗୋଟେ ଘଣ୍ଟା  ଆମ୍ବୁଲାନ୍ସକୁ ରଖିଲେ । ତେଣୁ ଆମର ସନ୍ଦେହ ହେଉଛି ତେଣୁ ଡିଏଫଓ ସେଥିରେ ସଂପୃକ୍ତ । ତେଣୁ ସେ ପାଖରେ ମେଡିକାଲ ବିଶାଖାପାଟଣା ଭାଇଜାଗ ଥିଲା ନନେଇକି ୫୦୦ କିମି କଟକକୁ କାହିଁକି ରେଫର କଲେ । ସେ ଜାଗାରେ କିଛି ପ୍ରମାଣ ମିଳିଲାନି । ହଁ ଅଛି, ଖବର ହେଇଛି ଯେ ତା ମା କୁ କିଏ କହିଥିଲା ସବୁକଥା । ତା ମା କୁ ସବୁକଥା କହିଥିଲା । ତା ମା କୁ ନିୟମ କରିଥିଲା । ମା ତମେ ବାପାଙ୍କୁ କହିବନି । ମୁଁ ଜଣେ ସରକାରୀ କର୍ମଚାରୀ । ଏଇ ମାର୍ଚ୍ଚ ମାସରେ ରିଟାୟାର୍ଡ କରିଛି । ସେଥିପାଁ ସେ ମତେ କିଛି ଜଣେଇଲେନି । ମୋ ପୁଅ କହିଥିଲା, ମୋତେ ବି ପୁଅ କହିଥିଲା ବାପା ମତେ ଏଠି ଭଲ ଲାଗୁନି । ମୁଁ ଟ୍ରାନ୍ସଫର ହେବି । ମୁଁ କହିଲି, ହଉ ତୁ ଦରଖାସ୍ତ ଦେ,  ବୁଝାବୁଝି କରିବା । ସେ ବି ଦରଖାସ୍ତ ଦେଇଥିଲା, ବୁଝାବୁଝି ଆମେ ଭୁବନେଶ୍ୱରରେ କରିଥିଲୁ  ା  ଆଉ ତା ପରେ ତା ମା କୁ ସେ କହିଥିଲା, ଯେ, ଏମାନେ ଥରେ ଘରକୁ ଆସିଥିଲେ । ଘରକୁ ଫେରିକି ପାଟିତୁଣ୍ଡ ଲାଗିଲେ । କଜିଆ ହେଇକି ବୋହୂ ହାତ ଭାଙ୍ଗି ଦେଇକି ଘରୁ ପଳେଇଲା କୁଆଡେ । ଇଏ ରାତିରେ ଖୋଜାଖୋଜି କଲା । ଦେଖିଲା ବେଳକୁ ବୋହୂ ଯାଇକି ସେଇ ଡିଏଫଓଙ୍କ ପାଖରେ ରହିଛି । ସେଇଠୁ ମୋ ପୁଅ ପଳେଇଆସିଲା । ଏଇଟା ହେଉଛି ମେ ମାସର ହବ ବୋଧେ ଘଟଣା ।
ସେ କଣ୍ଟ୍ରାକ୍ଟଟା , ସେତେବେଳେ ପୁଅ ଆମକୁ କହିଲାନି । ସେ ତା ମା କୁ ନିୟମ କରିଥିଲା । ମୋତେ କିଛି ଜଣେଇଲେନି । ଯେତେବେଳେ ପୁଅ ମରିଗଲା ସେଇଠୁ ତା ମା କହୁଛି ଏୟା ମୋତେ ସେ କହିଥିଲା । ମୁଁ କହିଲି ତୁ ସେତେବେଳେ କହିଲୁନି କାହିଁକି । କହିଲା ପୁଅ ଯୋଉ ବାହା ହେଇଛି ଆମର ତାର ବୋହୂ ସହିତ ଶାରୀରିକ ସଂପର୍କ ନାହିଁ । ଏକାସାଙ୍ଗରେ ରହୁଛନ୍ତି । ସେ ଗୋଟିଏ ଖଟରେ ଶୋଉଛି, ଏ ଗୋଟିଏ ଖଟରେ ଶୋଉଛି । ଶାରିରୀକ ନାହିଁ ।  ଏଗ୍ରିମେଣ୍ଟ ହେଇଚି । ଆମେ ବର୍ଷେ ପର୍ଯ୍ୟନ୍ତ ସାଙ୍ଗରେ ରହିବା ।  ସେଠିକି ଆମେ ଯାଇନାହୁଁ । ଆଦୌ, ପୁଅ ରହିବା ପାଖରୁ ବର୍ଷେ ଭିତରେ ଯାଇନାହିଁ । ଯେତେବେଳେ ଚାହିଁଛି ଯିବା ପାଇଁ , ସିଏ କହିବ ବାପା କାହିଁକି ଏତେ ବାଟ ଆସିବ, ଏଠି ଘର ସୁବିଧା ନାହିଁ । ଆପଣ ହଇରାଣ ହେବେ । ଏତେ ବାଟରୁ ଆସିବେ । ଆଉ ମୋତେ ତ ଦରଖାସ୍ତ ଦେଇଛି, ଟ୍ରାନ୍ସଫର ହେଇଯିବ । ଆପଣ ମାସେ ଦି ମାସ ଅପେକ୍ଷା କରନ୍ତୁ , ଆମେ ତ ମାସରେ ଥରେ ଲେଖେ ଘରକୁ ଯାଉଛୁ । ଆପଣ କାହିଁକି ଆସିବେ । ଏୟା କହିକି ପୁଅ ଆମକୁ ବର୍ଷେରେ ୪, ୫ ଥର ମନା କରିଛି ।
ବୁଝିବାକୁ ଚେଷ୍ଟା କରିଥିଲୁ । ସେତେବେଳେ ପୁଅ ଯାହାକୁ ତା ମାଆକୁ ସବୁ ସେୟାର କରି କହିଥିଲା । ମା ମାଇଁକି । ସେମାନେ ଆଉ ସେ ଟାଇମରେ  ବଂଚିଥିଲା ବେଳେ କହିଲେନି, ସିଏ ମଲାପରେ କହିଲେ । ଏଗ୍ରିମେଣ୍ଟ ଟା ସେଇ ତା ମା କୁ କହିଥିଲା  ବର୍ଷକ ପାଇଁ ଏଗ୍ରିମେଣ୍ଟ କରିଛନ୍ତି । ସାଙ୍ଗରେ ରହିବେ ।
କାଗଜପତ୍ରରେ ଏଗ୍ରିମେଣ୍ଟ ହେଇଛି । ତା ଭିତରୁ ସେ ଗୋଟେ ସୁଇସାଇଡ ନୋଟ କାଢିଥିଲା । ସେଇଟାକୁ ପୋଲିସ ଜବତ କରିଛି । ତା ଡାଏରି ଭଳିଆ । ସେ ଲେଖିଛି ସବୁଦିନେ ୧୨ ତାରିଖରୁ ୧୫ ତାରିଖ ମୋର କାଳ ରାତ୍ରି । ୧୫ ତାରିଖ ପାରି ହେଇଗଲେ ମୁଁ ବଂଚିଯିବି ।
ସେଇଟା ପୁଲିସ ପାଖରେ ଅଛି ।  ହାତଲେଖା । ସେ ନିଜେ ଡାଏରୀରେ ଲେଖିଛି । ଗୋଟିଏ ଛୋଟିଆ ଡାଏରୀରେ ଲେଖା । ପୁଅ ଲେଖିଛି । ଏଇବା ପ୍ରତ୍ୟେକ ଦିନ ଲେଖିଛି । ସାଇନ ମାରିଛି । ୧୨ ଦିନ ୧୨ ତାରିଖରୁ ୧୫ ମୋର କାଳରାତ୍ରି । ୧୫ ତାରିଖ ପାରି ହେଲେ ହବ । ତାର ଚାକିରୀ ପାଇଁ ଦେଇଥିଲା । ୧୧ ତାରିଖ ଦିନ ତାର ଫାଇଲ ମନ୍ତ୍ରୀଙ୍କ ପାଖରେ ପୁଟ୍ ଅପ୍ ହେଇଥିଲା । ୧୨ ତାରିଖ ମନ୍ତ୍ରୀଙ୍କ ପାଖକୁ ଗଲା । ଅର୍ଡର ହେଇଛି ୨୦ ଜଣଙ୍କର । ତା ଭିତରେ ମୋ ପୁଅ ବି ଅଛି । ମୋ ପୁଅକୁ ଶିମିଳିପାଳ ନର୍ଥ ଡିଭିଜନ ହେଇଥିଲା । ୧୪ ତାରିଖ ଅର୍ଡର ବାହାରିବା କଥା । ୧୩ ତାରିଖ ତାକୁ ମରାଗଲା । ସେଥିପାଇଁ ଆମେ ଡାଉଟ କରୁଛୁ ଏକ  ଯେ, ଡିଏଫଓ ମୋ ବୋହୂ ସାଙ୍ଗରେ ସଂପର୍କ ଅଛି । କାଳେ ୟା କଥା ଡିକ୍ଲାର କରିଦବ । ଏଠିକି ଯଦି ସେ ଟ୍ରାନ୍ସଫର ହେଇକି ପଳାଏ । ସେଥିପାଇଁ ସେମାନେ ଷଡଯନ୍ତ୍ର କରିକି ମୋ ପୁଅକୁ ମାରିଛନ୍ତି । ପୁଅ, ବୋହୂ, ଡିଏଫଓ, ଯିଏ ରୋଷେଇ କରୁଛି ତାର, ୟାଙ୍କ ତିନି ଜଣଙ୍କ ମୋବାଇଲ ଆଣି ଚେକ୍ କରି ତାଙ୍କୁ ତଦନ୍ତ ପରିସରକୁ ଅଣାଗଲେ ନିଶ୍ଚିତ ସତ ବାହାରିବ ।

କିନ୍ତୁ ଡିଏଫଓଙ୍କ ନାଁରେ ସୌମ୍ୟଙ୍କ ବାପା ଏମିତି ଅଭିଯୋଗ ଆଣୁଥିଲେ ବି ସେ ଏହି ଘଟଣାକୁ ଅସ୍ୱୀକାର କରି ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking