37.2 C
Bhubaneswar
Friday, April 19, 2024
Homeଓଡିଶାନିଆଁ ଲିଭାଉଥିବା ଜଙ୍ଗଲସୁରକ୍ଷା କର୍ମୀଙ୍କ ନିଆଁରେ ପୋଡି ମୃତ୍ୟୁ

ନିଆଁ ଲିଭାଉଥିବା ଜଙ୍ଗଲସୁରକ୍ଷା କର୍ମୀଙ୍କ ନିଆଁରେ ପୋଡି ମୃତ୍ୟୁ

 

ମୟୂରଭଞ୍ଜ: ଜଙ୍ଗଲ ନିଆଁ ଲିଭାଇବାକୁ ଯାଇ ସୁରକ୍ଷାକର୍ମୀଙ୍କ ନିଆଁରେ ପୋଡିଯାଇ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି ନିକଟ ଜଡ଼ିବିଲ ଗ୍ରାମଜଙ୍ଗଲ ନିକଟରେ । ଏହି ଜଙ୍ଗଲ ନିକଟରେ ଠାକୁରମୁଣ୍ଡା ରେଞ୍ଜ ପକ୍ଷରୁ ନୂତନ ଚାରାଗଛ ଲାଗିଥିବା ବେଳେ ସୁରକ୍ଷା ଦାୟିତ୍ବରେ ଜଡ଼ିବିଲ ଗ୍ରାମର ଯଦୁମଣି ମହାନ୍ତ(୬୦) ନାମକ ଜନୈକ ବ୍ୟକ୍ତି ଦାୟିତ୍ୱରେ ରହିଥିଲେ । ଏବଂ ଯଦୁମଣି ନିଜର ଦାୟିତ୍ବ ନିଷ୍ଠାର ସହ ତୁଲାଇ ଆସୁଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ଦିନ ୧ ଟା ବେଳେ ହଠାତ ସେହି ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଆଉ ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ନିଜେ ନିଆଁରେ ପୋଡି ମୃତ୍ୟୁ ବରଣ କରିଥିବା ପରି ଏକ ହୃଦୟବିଦାରକ ଦୃଶ୍ୟ ଜଡ଼ିବିଲ ଗ୍ରାମରୁ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଜଙ୍ଗଲ ବାହାରେ ଲାଗିଥିବା ନିଆଁ ଜଙ୍ଗଲକୁ ମାଡ଼ିଆସି ଜଳୁଥିବା ଦେଖିଥିଲେ ସୁରକ୍ଷାକର୍ମୀ ଯଦୁମଣି। ନିଆଁକୁ ଦେଖି ବ୍ୟସ୍ତ ହୋଇ ପଡିବା ସହିତ ଲିଭାଇବାକୁ ଉଦ୍ୟମ କରିଥିଲେ। ମାତ୍ର ବିଜୁଳି ବେଗରେ ଚାରିଆଡେ ଖେଳି ଯାଇଥିଲା ନିଆଁ। ଆଉ ନିଆଁକୁ ଲିଭାଇ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ସୁରକ୍ଷାକର୍ମୀ ଯଦୁମଣିଙ୍କ ଦେହରେ ଅଜାଣତରେ ନିଆଁ ଲାଗିଯାଇଥିଲା। ଦେହର ନିଆଁ ଲିଭାଉଥିବା ବେଳେ ଅଜାଣତରେ ନିଆଁ ଘେରୋରେ ରହିଯାଇ ଜଳିଯାଇ ଘଟଣାସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ବରଣ କରିଛନ୍ତି।ଖବରପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିଲା ବେଳେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଧିକ ତଦନ୍ତ ପାଇଁ ବାରପଦା ସାଇଣ୍ଟିଫିକ ଟିମର ସହାୟତା ନେଇଛି। ଅନ୍ୟପଟେ ଯଦୁମଣିଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲା ପରିବାର। ତାଙ୍କର ମୃତ୍ୟୁ ପରିବାର ପାଇଁ ଅପୁରଣୀୟ କ୍ଷତି ସୃଷ୍ଟି କରିଥିବା ବେଳେ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking