33.1 C
Bhubaneswar
Wednesday, April 24, 2024
Homeଓଡିଶାତାରପୁର ମହାନଦୀ ପୋଲରୁ ଡେଇଁ ଆତ୍ମହତ୍ୟା କରିଥିବା ଠିକାଦାରଙ୍କ ଶବ ମିଳିଲା

ତାରପୁର ମହାନଦୀ ପୋଲରୁ ଡେଇଁ ଆତ୍ମହତ୍ୟା କରିଥିବା ଠିକାଦାରଙ୍କ ଶବ ମିଳିଲା

ଜଗତସିଂହପୁର, (ପ୍ରତାପ କୁମାର ସିଂହ); ରଘୁନାଥପୁର ଥାନା ଅନ୍ତର୍ଗତ ତାରାପୁର ଠାରେ ମହାନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥିବା ଠିକାଦାର ମନୋରଞ୍ଜନ ନାୟକ(ମନି ଭାଈ)ଙ୍କ ମୃତ ଶରୀରକୁ ପାରାଦୀପସ୍ଥ ନେହେରୁ ବଙ୍ଗଳା ପାଖ ଡଙ୍ଗା ରହଣି ସ୍ଥାନରୁ ଉଦ୍ଧାର କରାଯାଇଛି । ଗତ ୧୨ତାରିଖ ଶନିବାର ଦିନ ଜଗତସିଂହପୁର ବ୍ଲକ ଅଳସୁଆ ଗ୍ରାମପଞ୍ଚାୟତ ର ନିଁପୁର ଗ୍ରାମ ନିବାସୀ ମନୋରଞ୍ଜନ ରାଉତଙ୍କ ସ୍କୁଟି ଗାଡ଼ି ସହିତ ଚପଲ ଓ ସୁଇସାଇଡ୍ ନୋଟ୍ ତାରାପୁର ପାଖ ମହାନଦୀ ପୋଲ ନିକଟରେ ରଘୁନାଥପୁର ଥାନା ପୋଲିସ ନଜରକୁ ଆସିଥିଲା । ରଘୁନାଥପୁର ପୋଲିସ ,ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ବହୁସମୟ ଧରି ନଦୀ ତଥା ତତ୍ ସଂଲଗ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ଆଜି ସକାଳ ୮ଟା ରେ ମୃତଶରୀର ର ସନ୍ଧାନ ମିଳିବା ପରେ ତାଙ୍କ ପରିବାର ଲୋକେ ପହଁଚିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ତାଙ୍କ ପରିବାର ପକ୍ଷରୁ ଜଗତସିଂହପୁର ଥାନାରେ ଶନିବାର ଦିନ ଏତଲା ମଧ୍ୟ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking