32.1 C
Bhubaneswar
Tuesday, April 23, 2024
Homeକରୋନାମୁମ୍ବାଇରେ ଚିକିତ୍ସାଧୀନ ଜଣେ ନାଗରିକଙ୍କର ମୃତ୍ୟୁ

ମୁମ୍ବାଇରେ ଚିକିତ୍ସାଧୀନ ଜଣେ ନାଗରିକଙ୍କର ମୃତ୍ୟୁ

ମୁମ୍ବାଇ: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଥିବା ଜଣେ ୬୮ ବର୍ଷିୟ ଫିଲିପ୍ପିନ୍ସ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ସୋମବାର ଦିନ ମୁମ୍ବାଇର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ।
ମୁମ୍ବାଇ ମୁନିସପାଲ କର୍ପୋରେସନରେ ସ୍ୱାସ୍ଥ୍ୟ ବିଭାଗ ଏକ ରିଲିଜରେ କହିଛି ଯେ ରବିବାର ରାତିରେ ସମ୍ପୃକ୍ତ ବ୍ୟକ୍ତିଜଣଙ୍କୁ ମୃତ ବୋଲି ଘୋଷଣା କରାଯାଇଛି । ସେ ମଧୁମେହ ଏବଂ ଆଜମାରେ ମଧ୍ୟ ଆକ୍ରାନ୍ତ ଥିଲେ । ଚିକିତ୍ସିତ ହେବା ପରେ ତାଙ୍କର ସ୍ୱାବ୍ ପରୀକ୍ଷା ନେଗେଟିଭ୍ ଆସିଥିଲା । ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ , ରାଜ୍ୟରେ ‘କୋଭିଡ୍-୧୯’ସମ୍ବନ୍ଧୀୟ ଆଉ ୧୫ଟି ନୂଆ ମାମଲା ରେକର୍ଡ କରାଯାଇଛି । ଫଳରେ ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣ ମାମଲା ୮୯ରେ ପହଞ୍ଚିଛି ।
https://onakhabar.com/2020/03/22/govt-department-regulation-on-employees/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking