32.1 C
Bhubaneswar
Thursday, March 28, 2024
Homeଓଡିଶାମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଆମ୍ବୁଲାନ୍ସରେ ଆସିଲା ଶବ, ସ୍ୱତନ୍ତ୍ର ପୋଷାକରେ ଶବ କାନ୍ଧେଇଲେ ଗ୍ରାମବାସୀ

ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଆମ୍ବୁଲାନ୍ସରେ ଆସିଲା ଶବ, ସ୍ୱତନ୍ତ୍ର ପୋଷାକରେ ଶବ କାନ୍ଧେଇଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଟିଟ୍ରାପଙ୍ଗା ପଞ୍ଚାୟତର ଭୁକ୍ତାକନାଲି ଗ୍ରାମର ସ୍ୱର୍ଗତ ଶ୍ରୀକର କହଁରଙ୍କ ପୁଅ ବିନାୟକ ମହାରାଷ୍ଟ୍ରର ଅହମଦାନଗର ଜିଲ୍ଲା ପାରନେର ଟୁଲୁକା ଅଞ୍ଚଳରେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମର ଶରୀରକୁ ଗାଁ’କୁ ଫେରାଇ ଆଣିବା ପାଇଁ ଗ୍ରାମବାସୀଙ୍କ ସମେତ ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କ ସମେତ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ଏଥିସହିତ ଅହମ୍ମଦନଗର ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲା କନ୍ଧମାଳ ଜିଲ୍ଲା ପ୍ରଶାସନ । ଆଜି ତାଙ୍କର ମୃତ ଶରୀରକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଅଣାଯାଇଥିଲା । ମୃତ ଶରୀର ପହଞ୍ôଚବା ପରେ ଶେଷକୃତ୍ୟ ସମ୍ପନ୍ନକୁ ନେଇ କିଛି ସମୟ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ବୁଝାସୁଝା ପରେ ଗ୍ରାମବାସୀ ଓ ପରିବାର ସହଯୋଗରେ ସ୍ମଶାନକୁ ନିଆଯାଇ ଶବ ଦାହ କରାଯାଇଥିଲା । ତେବେ ଶବଟି ମହାରାଷ୍ଟ୍ରରୁ ଆସିଥିବା ଯୋଗୁଁ ଗାଁ’ରେ ପୂରାଇନଦେବାକୁ ଗ୍ରାମବାସୀ ଅଡ଼ିବସିଥିଲେ । ଘଟଣା ସ୍ଥଳରେ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ସରପଞ୍ଚ ଗୀତାଞ୍ଜଳି ଜାନୀ, ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ଦିଗାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମିୟ ମହାନ୍ତିଙ୍କ ସମେତ ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର , ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଅନ୍ୟମାନେ ପହଞ୍ôଚ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଗ୍ରାମର ଦୁଇଜଣ ସଦସ୍ୟ ମର ଶରୀରକୁ ସ୍ମଶାନକୁ କାନ୍ଧେଇ ନେବାକୁ ରାଜି ହେବା ପରେ ସେମାନେ ନିଜ ଶରୀରକୁ ସ୍ୱତନ୍ତ୍ର ପୋଷାକରେ ସଂପୂର୍ଣ୍ଣ ଘୋଡ଼ାଇ ଶବ କାନ୍ଧେଇଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ମୃତ ବିନାୟକଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking