28.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମିକଙ୍କ ମୃତ୍ୟୁକୁ ନେଇ ଥାନାରେ ପ୍ରେମିକା ଅଟକ

ପ୍ରେମିକଙ୍କ ମୃତ୍ୟୁକୁ ନେଇ ଥାନାରେ ପ୍ରେମିକା ଅଟକ

ବଲାଙ୍ଗିର : ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମିକଙ୍କ ମୃତ୍ୟୁକୁ ନେଇ ପ୍ରେମିକାଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା କରୁଛି । ଅପର ପକ୍ଷରେ ପ୍ରେମିକାକୁ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ମିଛାପାଲି ଗାଁର ଆଲୋକ ନାୟକ (୨୫) ଖଲିଆପାଲି ଗାଁର ଜଣେ ସଙ୍ଖ୍ୟାଲଘୁ ଯୁବତୀ ବୟସ(୨୭)ଙ୍କୁ ପ୍ରେମ କରୁଥିଲେ । ବିବାହ ପାଇଁ ଯୁବତୀ ଜଣଙ୍କ ଆଲୋକଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ । ହେଲେ ଆଲୋକଙ୍କ ପରିବାର ବିବାହ କରିବାକୁ ରାଜି ହେଉନଥିଲେ । ତେବେ ଗତକାଲି ସଂଧ୍ୟାରେ ଯୁବତୀ ଜଣଙ୍କ ଆଲୋକଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଡାକିଥିଲେ । ଆଲୋକ ସେହି ସ୍ଥାନରେ ପହଂଚିବା ପରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ପରେ ଆଲୋକ ଯୁବତୀଙ୍କ ଓଢଣୀଙ୍କୁ ଟାଣି ନେଇ ନିଜ ବେକରେ ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ଜୋରରେ ଉଢଣୀକୁ ଟାଣି ଦେବାରୁ ଆଲୋକ ତଳେ ପଡି ଯାଇଥିଲେ ଓ ସେଠାରେ ଥିବା ଏକ ପଥରରେ ତାଙ୍କ ମୁଣ୍ଡ ଛେଂଚି ହୋଇଯିବାରୁ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଭୟରେ ଯୁବତୀ ଜଣଙ୍କ ଆଲୋକଙ୍କ ଘରକୁ ଯାଇଥିଲେ ଓ ସବୁ କଥା କହିଥିଲେ ।
ପରିବାର ଲୋକେ ପହଂଚି ଆଲୋକଙ୍କୁ ନିକଟସ୍ଥ ତରଭା ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତା ଯୁବତୀଙ୍କୁ ଗିରଫ କରିବା ଦାବିରେ ଲୋକେ ରାସ୍ତାରୋକ କରିଥିଲେ । ତେବେ ପୁଲିସ ଯୁବତୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking