30.1 C
Bhubaneswar
Wednesday, April 24, 2024
Homeଓଡିଶାବାଜିରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଜିରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ

ଢେ଼ଙ୍କାନାଳ : ବିଶ୍ଵର ସର୍ବକନିଷ୍ଠ ସହିଦ ବାଜିରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ୧୯୩୮ ମସିହା ଆଜିର ଦିନରେ ଗୋରା ଫୌଜଙ୍କୁ ବିରୋଧ କରି ବ୍ରାହ୍ମଣୀ ନଦୀକୂଳ ନିଳକଣ୍ଠପୁର ଗ୍ରାମର ବାର ବର୍ଷର ବାଳକ ବାଜି ରାଉତ ଇଂରେଜ ଗୁଳିରେ ଟଳି ପଡ଼ିଥିଲେ। ଏହି ସମୟରେ ବାର ବର୍ଷର ବାଳକ ବାଜି ରାଉତର ଦେଶ ପ୍ରେମ୍ ସମଗ୍ର ଭାରତକୁ ସ୍ତବ୍ଧ କରିଦେଇଥିଲା। ଈଂରେଜ ଫୌଜକୁ ନଦୀ ପାର କରି ନଦେବାରୁ ବାଜି ରାଉତ ଈଂରେଜ ଗୁଳିରେ ଟଳି ପଡ଼ିଥିଲେ। ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ଢେ଼ଙ୍କାନାଳ ବଜିଚୌକ ସ୍ଥିତ ସହିଦ ମିନାର ଓ ତାଙ୍କର ଜନ୍ମସ୍ଥାନ ନିଳକଣ୍ଠପୁର ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବାଜିଚୌକ ସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ସାଂସଦ ମହେଶ ସାହୁ ଓ ଜିଲ୍ଲାପାଳଙ୍କ ସମେତ ଅନ୍ୟମାନେ ମାଲ୍ୟାର୍ପଣ କରି ସମ୍ମାନ ଜଣାଇଥିଲେ।ଏହା ସହିତ ନିଳକଣ୍ଠପୁର ଠାରେ ତିଲତର୍ପଣ କରାଯିବା ସହିତ ତୋପ ସଲାମୀ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking