31.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ପ୍ରଥମ : କୋଭିଡ୍‌ ଟିକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ରାଜ୍ୟରେ ପ୍ରଥମ : କୋଭିଡ୍‌ ଟିକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ପୁରୀ : ପୁରୀରେ କୋଭିଡ୍‌ ଟିକା ନେବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ଆଜି ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ଗୌଡ଼ବାଡ଼ ସାହିର ରଞ୍ଜିତ କୁମାର ରାଉତ(୫୬)। ଗତକାଲି ସେ ଟିକା ନେଇଥିଲେ। ରଞ୍ଜିତ ସ୍ୱର୍ଗଦ୍ୱାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫିଲ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲେ। ରଞ୍ଜିତଙ୍କର ପତ୍ନୀ, ପୁଅ ଏବଂ ଝିଅ ଅଛନ୍ତି। କଟକରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ତେବେ କୋଭିଡ୍‌ ଟିକା ନେବା ପରେ ଏହା ହେଉଛି ଓଡ଼ିଶାର ପ୍ରଥମ ମୃତ୍ୟୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking