40.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ

ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିଠାରୁ ତୁରେକେଲା ଯାଉଥିବା ରେଳ ଲାଇନ ଦାର୍ବି ଗାଁ ରେଳ ଖୁଣ୍ଟ ନିକଟରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ଜିଆରପି ପୁଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ କଂଟାବାଞ୍ଜି ଥାନା ଦାର୍ବି ଗାଁର ବିଶ୍ୱନାଥ ହାତି । ଟ୍ରେନରୁ ପଡି ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ବିଶ୍ୱନାଥ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ସେଠାରେ କାମ ଧନ୍ଦା ନମିଳିବାରୁ ସେ ନିଜ ଗାଁକୁ ଫେରି ଆସୁଥିବା ତାଙ୍କ ସ୍ତ୍ରୀଙ୍କୁ ଫୋନରେ କହିଥିଲେ। ବିଶ୍ୱନାଥଙ୍କ ଦୁଇଟି ଝିଅ ଓ ଦୁଇଟି ପୁଅ ଥିବା ବେଳେ କାମଧନ୍ଦା କରି ପରିବାର ପୋଷୁଥିଲେ । ଏବେ ତାଙ୍କ ମୃତ ହେବା ଯୋଗୁଁ ପରିବାର ଲୋକେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ଟ୍ରେନରୁ ପଡି ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଜିଆରପି ପୁଲିସ ଅଧିକାରୀ ମୋହନ ନାୟକ ଏବଂ ଏ.ଏସ.ଆଇ ଉମେଶ କୁମାର ଅହିର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବିଶ୍ୱନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କପାଖରୁ ତେଲେଙ୍ଗାନାର ପେଦାପଲ୍ଲିରୁ କଂଟାବାଞ୍ଜି ଆସୁଥିବା ରେଳ ଟିକେଟ ମିଳିଛି । ଏହି ଟିକେଟ ଡିସେମ୍ବର ୫ ତାରିଖ ବୋଲି ଉଲ୍ଲେଖ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking