ସଂଘବଦ୍ଧ ଆକ୍ରମଣ : ୧ ମୃତ

ଜଳେଶ୍ୱର : ସିଗାରେଟ କିଣାକୁ ନେଇ ଜଣେ ଦୋକାନୀଙ୍କୁ ଜୀବନରୁ ମାରିଦେଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଂଳରେ । ମୃତଙ୍କ ନାମ ସୁବାସ ପାତ୍ର । ଆଜି ସକାଳେ ଚାରିଜଣ ଯୁବକ ସୁବାସଙ୍କ ଦୋକାନରୁ ସିଗାରେଟ୍ କିଣିବାକୁ ଆସିଥିଲେ। ସିଗାରେଟ୍ ଦର ଦାମକୁ ନେଇ ସୁବାସ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଯୁବକମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।
ସ୍ଥାନୀୟ ଲୋକେ ସୁବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ। ହେଲେ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ସୁବାସଙ୍କ ମୃତ୍ୟୁ ଘଟିଥିଲା। ଚାରି ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ପୁଲିସ୍ ଜିମାରେ ଦେଇଥିଲେ। ଅନ୍ୟ ଦୁଇ ଜଣ ଖସି ଯାଇଥିଲେ। ଅନ୍ୟ ଦୁଇଜଣଙ୍କୁ ପୁଲିସ ଖୋଜାଖୋଜି କରୁଛି । ଏନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖୁବ ଶୀଘ୍ର ଆଉ ଦୁଇଜଣଙ୍କୁ ଧରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।