27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମୃତକଙ୍କ ଶବ ଦାହକୁ ନେଇ ରାସ୍ତାରୋକ

ମୃତକଙ୍କ ଶବ ଦାହକୁ ନେଇ ରାସ୍ତାରୋକ

ବରଗଡ : କୋଭିଡ-୧୯ ରେ ମୃତ୍ୟୁବରଣ କରୁଥିବା ଜନସାଧାରଣଙ୍କ ଶବ ଦାହକୁ ନେଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବାର ବର୍ଗ । ଫଳରେ ଡାକ୍ତରଖାନାରେ ଦିନେ ଦୁଇ ଦିନ ମୃତ ଦେହ ପଡ଼ିରହୁଛି । ଶ୍ମଶାନରେ ଶବ ଦାହ ନେଇ ସ୍ଥାନୀୟ ଲୋକେ ବାରଣ କରୁଥିବା ଯୋଗୁଁ ଏପରି ସମସ୍ୟା ଦେଖାଦେଉଛି । ଯାହାକୁ ନେଇ ବୁଧବାର ବରଗଡ଼ରେ ସଚେତନ ନାଗରିକଙ୍କ ତରଫରୁ ରାସ୍ତାରୋକ କରାଯିବା ସହ କରୋନାରେ ଆକ୍ରାନ୍ତ ମୃତକଙ୍କ ଶବ ଦାହ ପାଇଁ ସ୍ଥାୟୀ ଶ୍ମଶାନ କରାଯିବାକୁ ଦାବି କରାଯାଇଥିଲା ।
ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ବୁଧବାର ଜିଲ୍ଲାରେ ପୁଣି ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ଦାହ କରିବା ସମୟରେ ହଇରାଣ ହରକତ ହେଉଛନ୍ତି ପରିବାର ବର୍ଗ । ଶ୍ମଶାନରେ ଶବ ଦାହ କରିବାକୁ ନିଆଗଲେ ସ୍ଥାନୀୟ ବାସିନ୍ଦା ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଏହିକ୍ରମରେ ମଙ୍ଗଳବାର ମୃତ୍ୟୁବରଣ କରିଥିବା ଜନୈକା ମହିଳାଙ୍କ ଶବ ଦାହ ବିରୋଧ ଯୋଗୁଁ ହୋଇପାରି ନଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାସହ ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତାରୋକ କରାଯାଇଥିଲା । ବରଗଡ଼ରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ଥାୟୀ ଶ୍ମଶାନ କରାଯିବାକୁ ଦାବି କରାଯାଇଥିଲା । ରାସ୍ତାରୋକ ସ୍ଥଳକୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଟୁକୁର୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଏକ ସ୍ଥାୟୀ ଶ୍ମଶାନ କରାଯାଉଥିବା ନେଇ ଉପ ଜିଲ୍ଲାପାଳ ଶ୍ରୀ ଦଣ୍ଡସେନା ଏ ଅବସରରେ ସୂଚନା ଦେଇଥିଲେ । ଆଜିର ରାସ୍ତାରୋକରେ ନିପନ ଦାଶ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପରେଶ ବିଶି, ଲଲାଟେନ୍ଦୁ ବେହେରା, ହରିହର ପ୍ରଧାନ ବହୁ ଜନସାଧାରଣ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking