ଡ୍ରେନରେ ଭାସୁଛି ଶବ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଆରମ୍ଭ ହେବାର ପ୍ରାୟ ସପ୍ତାହେ ହୋଇଗଲାଣି । ଆଉ ଏହାପରେ ଏବେ ଦିଲ୍ଲୀ ହିଂସା ପରର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ତାଜା ସୂଚନା ଅନୁସାରେ, ହିଂସା ପ୍ରଭାବିତ ଅଂଚଳରେ ଥିବା ଡ୍ରେନରେ ଏବେ ଶବ ଭାସୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ଏହି ନାଳରୁ ପ୍ରାୟ ୪ଟି ଶବ ଉଦ୍ଧାର କରାଯାଇଛି । ଆଜି ସକାଳେ ଗୋକୁଳପୁରୀ ନାଳରୁ ଆଉ ଏକ ଶବ ଉଦ୍ଧାର କରାଯାଇଛି । ବର୍ତମାନ ପୋଲିସ ଏହି ସମସ୍ତ ଶବ ଜବତ କରିଛି । ତେବେ ଉତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ପୋଲିସ ଏଯାବତ ୩୩୪ ମାମଲା ଦାଏର କରିଛି । ଆଉ ଏହି ହିଂସାରେ ମୃତକଙ୍କ ସଂଖ୍ୟା ଏବେ ୪୬ରେ ପହଂଚିଛି । ତେବେ ଡ୍ରେନରେ ଭାସୁଥିବା ଶବଗୁଡିକ ଦିଲ୍ଲୀ ହିଂସା ସହ ଜଡିତ ନା ଆଉ କିଛି,ତାହା ଏଯାଏଁ ଅସ୍ପଷ୍ଟ ରହିଛି ।