30.1 C
Bhubaneswar
Wednesday, April 24, 2024
Homeଓଡିଶାନିଖୋଜ ସାନଭଉଣୀର ମୃତଦେହ ଠାବ

ନିଖୋଜ ସାନଭଉଣୀର ମୃତଦେହ ଠାବ

ବଲାଙ୍ଗୀର : ତୁଷରା ତେଲ ନଦୀ ପୋଲ ଉପରୁ ୨ ଭଉଣୀ ନିଖୋଜ ଘଟଣା । ବଡ଼ତେଣ୍ଡା ଗାଁ ନିକଓ ନଦୀ କୂଳରୁ ସାନ ଭଉଣୀର ମୃତ ଦେହ ଠାବ ହୋଇଛି । ତରଭା ସିଂଘାରୀ ପଞ୍ଚାୟତ ବଡ଼ତେଣ୍ଡା ନଦୀ କୂଳରୁ ଭାସମାନ ଅବସ୍ଥାରେ ମୃ୍‌ତ ଦେହକୁ ଠାବ କରାଯାଇଛି । ମୃତକ ନିଖୋଜ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ ବୋଲି ପୋଲିସ୍ ସୂଚନା ଦେଇଛନ୍ତି ।
ଗତ ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ସ୍କୁବା ଡାଇଭର ପ୍ରମୁଖ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ୨ ଦିନ ହେବ ନିଖୋଜ ଭଉଣୀଙ୍କ ପତ୍ତା ମିଳିପାରି ନ ଥିବା ବେଳେ ଆଜି ଜଣଙ୍କ ମୃତଦେହ ଭାସମାନ ଅବସ୍ଥାରେ ଡେଇଁଥିବା ସ୍ଥାନରୁ ୩୦ କିମି ଦୂରରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଭଉଣୀର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking