27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦୟାନଦୀ କୁ ଡେଇଁ ପଡିଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର

ଦୟାନଦୀ କୁ ଡେଇଁ ପଡିଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୁ ଡେଇଁ ପଡିଥିବା ଯୁବକଙ୍କ ମୃତ ଦେହ ପିପିଲି ଥାନା ନିକଟସ୍ଥ ପୋପରଙ୍ଗା ଦୟାନଦୀ ବ୍ରିଜତଳୁ ଉଦ୍ଧାର। ମୃତକ ବ୍ୟକ୍ତି ହେଲେ ଶ୍ରୀ ଲିଙ୍ଗରାଜ ଥାନା ଅଧିନ କପିଳେଶ୍ୱର ଖୁଣ୍ଟିଆ ସାହି ରତ୍ନାକର ଖୁଣ୍ଟିଆଙ୍କ ପୁତ୍ର ମଧୁସୂଦନ ଖୁଣ୍ଟିଆ ଓରଫ ମଣ୍ଟୁ (୨୭)। ଆଜି ଅପରାହ୍ନ ୫ଟା ସମୟରେ ମୃତ ଦେହ କୁ ଠାବ କରି ଉଦ୍ଧାର କଲେ ଓଡ୍ରାଫ ଟିମ(ବାଲିଅନ୍ତା ଦମକଳ ବାହିନୀର ଟିମ)
ଗତ କାଲିଠାରୁ ନିଖୋଜ ଜୁବକଙ୍କ ସନ୍ଧାନରେ ଥିବା ଦୁଇଟି ଓଡ୍ରାଫ ଦଳ ଆଜି ମୃତ ଦେହକୁ ଉଦ୍ଧାର କରିବା ପରେ ଧଉଳି ଥାନା IIC ଦୟାନିଧି ନାୟକ ଓ ପିପିଲି ଥାନା ଅଧିକାରୀ ମାନେ ଉପସ୍ଥିତି ରହିଥିଲେ। ମୃତ ଦେହ ଜବତ ହେଲାପରେ ଯୁକକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଭୁବନେଶ୍ୱ କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking