30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦା ପଞ୍ଚାୟତ ଢିଲାଜଗତପୁର ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ଏକ ଗଛରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତଦେହ ପାଖାପାଖି ୨ ଦିନ ତଳର ହେବ ବୋଲି ଜଣାପଡୁଛି । ତେବେ ମୃତ ମହିଳାଙ୍କର ନାମ ଦୁର୍ଗୀ ମୁର୍ମୁ, ବୟସ ୩୫ ବର୍ଷ ବୋଲି ଜଣାପଡିଛି। ଢିଲାଜଗତପୁର ଗାଁର ବିନୋଦ ଟୁଡୁ ଙ୍କ ଝିଅ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ମୃତଦେହ ଜଙ୍ଗଲର ଗଛରେ ଝୁଲୁଥିବା ଦେଖି ଗାଁ ଲୋକମାନେ ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ୩୦/୨୦୨୦ ନଂରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ମହିଳାଙ୍କ ଶବ ଗଛରୁ ଉଦ୍ଧାର ସମୟରେ ଗଛ ତଳେ ପୁରୁଷ ଲୋକର ଚପଲ ହଳେ ମିଳିବା ଘଟଣାକୁ ସନ୍ଦେହ ଭିତରକୁ ଠେଲିଦେଇଛି ବୋଲି ଆଲୋଚନା ହେଉଥିବା ଦେଖାଯାଇଛି । ପ୍ରଶ୍ନ ଉଠେ ଜଣେ ପୁରୁଷ ଲୋକର ଚପଲ ଜଙ୍ଗଲ ମଧ୍ୟରେ ମହିଳାଙ୍କ ଝୁଲନ୍ତା ମୃତଦେହ ନିକଟରୁ ମିଳିବା ବେଶ ରାହସ୍ୟପୂର୍ଣ୍ଣ ମନେ ହେଉଥିବା ବେଳେ ଘଟଣାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଥିବା ବେଳେ ମହିଳାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁନେଇ ଉଠିଛି ପ୍ରଶ୍ନବାଚୀ । ଅନ୍ୟପଟେ ମୃତଦେହ ନିକଟରୁ ମିଳିଥିବା ଚପଲ କାହାର ତାକୁନେଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତନାଘନା। ସେହିପରି ଏହା ଏକ ପ୍ରେମଜନିତ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ମାତ୍ର ହତ୍ୟା ପରେ ହତ୍ୟାକାରୀ ନିଜର ଦୋଷ ଦୁର୍ବଳତାକୁ ଲୁଚାଇ ପ୍ରମାଣ ନଷ୍ଟ କରିବାକୁ ସତର୍କତାର ସହ ଜଙ୍ଗଲରେ ମୃତଦେହ ଝୁଲାଇଥାଇ ପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ଯାହା ଏବେ ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ସହିତ ତଦନ୍ତ ସେହି ଆଧାରରେ ଆଗକୁ ବଢ଼ିବ ବୋଲି ରାସଗୋବିନ୍ଦପୁରଥାନା ପୋଲିସର ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking