ପୁରୀ: ପୁରୀ ବ୍ଲୁଫ୍ଲାଗ ବିଚରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଗତକାଲି ପରିବାର ସହ ବ୍ଲୁଫ୍ଲାଗ ବିଚରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ ଯୁବକ । ପିଙ୍କ୍ ହାଉସ ନିକଟ ସମୁଦ୍ରରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ହେଉଛନ୍ତି ୧୬ ବର୍ଷୀୟ ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗର ରାଞ୍ଚିର ତାନିସ୍କ ବିନୟ ରାୟ । ଅଗ୍ନିଶମ ବିଭାଗ ପକ୍ଷରୁ କାଲିଠାରୁ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍ର ବଥିଂ ଜୋନ୍ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ବିନୟ। ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି।