36.7 C
Bhubaneswar
Tuesday, April 16, 2024
Homeଓଡିଶାଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ(ସେକ୍ଟର-୨୨)ର ଏକ ଆରଏସପି କ୍ୱାର୍ଟରରୁ ଜଣେ ଯୁବକଙ୍କ ମୃତ ଦେହ ଟାଙ୍ଗରପାଲୀ ପୁଲିସ ଗତକାଲି ଉଦ୍ଧାର କରିଛି । ମୃତ ଯୁବକଙ୍କ ନାମ ଆଶିଷ ଓରଫ ପପୁ ରଥ । ତାଙ୍କ ବୟସ ଆନୁମାନିକ ୫୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସେ ସାରନଗରୀ ଅଂଚଳରେ ଦୀର୍ଘବର୍ଷ ଧରି ଏକାକୀ ବସବାସ କରୁଥିଲେ । ରାତ୍ର ଭୋଜନ କରିବା ପରେ ଉକ୍ତ କ୍ୱାର୍ଟରରେ ସେ ରହି ଆସୁଥିଲେ । ଗତ ଦୁଇ ଚାରିଦିନ ହେଲା ପପୁ ଘରୁ ପଦାକୁ ନବାହାରିବାରୁ ତାଙ୍କ ବନ୍ଧୁ ମାନେ ତାଙ୍କୁ ଏଣେତେଣେ ଖୋଜାଖୋଜି କରିଥିଲେ । ତାଙ୍କର ଜଣେ ବନ୍ଧୁ ପପୁ ରହୁଥିବା ଘରକୁ ଯାଇଥିବା ବେଳେ ସେ ନିଦରେ ଶୋଇ ରହିଥିଲେ । ବାରମ୍ବାର ଡାକିବା ସତ୍ୱେ ପପୁ ନଉଠିବାରୁ ତାଙ୍କର କାଳେ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ହୋଇଥିବ ଭାବି ଅନ୍ୟ ସାଙ୍ଗ ମାନଙ୍କୁ ସୂଚନା ଦେଇଥିଲେ । ଏହାପରେ ପପୁଙ୍କ ଅନ୍ୟ ସାଙ୍ଗ ମାନେ ଘଟଣାସ୍ଥଳରେ ପହଂଚି ପପୁ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହେବା ପରେ ଏହି ଘଟଣା ସମ୍ପର୍କରେ ଟାଙ୍ଗରପାଲୀ ଥାନା ପୁଲିସକୁ ଅବଗତ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ପପୁଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆଜି ପୁଲିସ ପକ୍ଷରୁ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ପରେ ମୃତ ପପୁଙ୍କ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବେଦବ୍ୟାସ ଶଶ୍ମାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking