27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉତ୍ତରାଖଣ୍ଡ: ଟ୍ରାକିଂ ଟିମ୍‌ର ୭ ସଦସ୍ୟଙ୍କ ଶବ ମିଳିଲା

ଉତ୍ତରାଖଣ୍ଡ: ଟ୍ରାକିଂ ଟିମ୍‌ର ୭ ସଦସ୍ୟଙ୍କ ଶବ ମିଳିଲା

ଡେରାଡୁନ: ଉତ୍ତରାଖଣ୍ଡରେ ତିନିଦିନର ବିନାଶକାରୀ ବର୍ଷାରେ କ୍ଷତିଗସ୍ତ ସଡ଼କ ଏବେ ଧୀରେ ଧୀରେ ଖୋଲୁଛି । ମାତ୍ର ଯୋଗାଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଏବେ ବି ୭୦୦ରୁ ଅଧିକ ପର୍ଯ୍ୟଟକ କୁମାଉଁ ଅଞ୍ଚଳରେ ଫସି ରହିଛନ୍ତି । ଅନ୍ୟପକ୍ଷରେ ଉତ୍ତରକାଶୀର ହର୍ଷିଲ୍‌-ଚିତକୁଲ୍ ଲମ୍‌ଖାଗା ପାସ୍‌ରେ ଶୁକ୍ରବାର ସାତଜଣ ଟ୍ରାକର୍‌ଙ୍କ ଶବ ଉଦ୍ଧାର କରାଯାଇଛି । ଏମାନେ ଟ୍ରାକିଂ ପାଇଁ ଏଠାକୁ ଆସିଥିଲେ, ତେବେ ବର୍ଷା ପରେ ସମସ୍ତେ ନିଖୋଜ ହୋଇଯାଇଥିଲେ । ଟ୍ରାକିଂ ପାଇଁ ସେମାନେ ଅକ୍ଟୋବର ୧୮ରେ ଚିତକୁଲ ପହଞ୍ଚିଥିଲେ ।

ତେବେ ଏହାପରେ କାହରି କାହା ସହିତ ଯୋଗାଯୋଗ ହୋଇପାରି ନଥିଲା ଏବଂ ଟିମ୍‌ର ସମସ୍ତ ୧୧ ସଦସ୍ୟ ନିଖୋଜ ହୋଇଯାଇଥିଲେ । ଏହା ମଧ୍ୟରୁ ୫ଜଣଙ୍କ ଶବ ଗୁରୁବାର ଉତ୍ତରକାଶୀ ସର୍ଚ୍ଚ ଟିମ୍‌କୁ ଏବଂ ଅନ୍ୟ ଦୁଇଜଣଙ୍କ ଶବ ହିମାଚଳ ପ୍ରଦେଶ ରେସ୍‌କ୍ୟୁ ଟିମ୍‌କୁ ମିଳିଥିବା ଉତ୍ତରକାଶୀ ଜିଲ୍ଲା ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଧିକାରୀ ଦେବେନ୍ଦ୍ର ପଟୱାଲ୍ କହିଛନ୍ତି । ଦୁଇଜଣ ଆହତଙ୍କର ହର୍ଷିଲ୍ ଏବଂ ଉତ୍ତରକାଶୀ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଛି । ଅନ୍ୟ ଦୁଇ ନିଖୋଜ ଟ୍ରାକର୍‌ଙ୍କ ସନ୍ଧାନ ହେଲିକପ୍ଟର ଦ୍ୱାରା ଯୁଦ୍ଧସ୍ତରରେ ଚାଲିଛି ବୋଲି ବିହାର ରେଜିମେଣ୍ଟ୍‌ର କର୍ଣ୍ଣେଲ୍ ର।।ଜନ୍ଦ୍ର ପ୍ରସାଦ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking