30.1 C
Bhubaneswar
Wednesday, April 24, 2024
Homeଓଡିଶାଅଜଣା ଯୁବକର ମୃତ ଦେହ ଉଦ୍ଧାର

ଅଜଣା ଯୁବକର ମୃତ ଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ପୁଲିସ ଟ୍ରେନିଂ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ଆଜି ସକାଳେ ଏକ ଅଜଣା ଯୁବକର ମୃତ ଦେହ ଉଦ୍ଧାର କରାଯାଇଛ। ଉକ୍ତ ଯୁବକର ବୟସ ୨୫ ହେବ ବୋଲି ଅନୁମାନ କରାଯାଇଛି। ତାଙ୍କର ଦେହ ଜଳି ପୋଡ଼ି ଯାଇଥିବାର ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ ଲୋକେ ଅଜଣା ଯୁବକର ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବିଦ୍ୟୁତ୍ ଆଘାତରେ ମୃତ ହୋଇଥିବା ମୃତ ଦେହରୁ ସ୍ପଷ୍ଟ ହେଉଛି । ଏହି ଅଞ୍ଚଳରେ ଗତ କିଛି ଦିନ ହେବ ବିଦ୍ୟୁତ୍ ତାର ଚୋରି ରାକେଟ ସକ୍ରିୟ ଥିବା ବେଳେ ମୃତକ ମଧ୍ୟ ସେହି ଗୋଷ୍ଠୀର ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ବିଦ୍ୟୁତ ତାର ଚୋରି ରାକେଟ ସକ୍ରିୟ ଥିବା ନେଇ ଆଗରୁ ଖବର ପ୍ରକାଶ ପାଇଥିଲେ ବି ପୁଲିସ୍ ବା ବିଦ୍ୟୁତ୍ ବିଭାଗରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା କୁହାଯାଉଛି । ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking