29.1 C
Bhubaneswar
Wednesday, April 24, 2024
Homeଓଡିଶାଖମାରୀ ଗାଁ ଶେଷ ସୀମାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖମାରୀ ଗାଁ ଶେଷ ସୀମାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଦିଗପହଣ୍ଡି ବ୍ଳକ୍ ଖମାରୀ ଗାଁ ଶେଷ ସୀମା ନିକଟରେ ଏକ ୫୦ ବର୍ଷିୟା ମହିଳାଙ୍କ ଶବକୁ କେ.ନୂଆଗାଁ ପୁଲିସ ଉଦ୍ଧାର କରିଛି । ସମ୍ପୃକ୍ତ ମହିଳାଙ୍କ ଦୁଇ ହାତକୁ ବନ୍ଧା ଯାଇଥିବା ବେଳେ ତାଙ୍କ ଜଙ୍ଘରେ ଲୁଗା ବନ୍ଧା ଯାଇଛି । ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଶବକୁ ଉଦ୍ଧାର କରି ଜବତ କରାଯାଇଛି । ଆଜି ସକାଳୁ ଏଭଳି ଘଟଣା ସମ୍ପର୍କରେ ଖମାରୀ ଗାଁ ଲୋକ ଜାଣିବାକୁ ପାଇଥିଲେ । ଏନେଇ କେ.ନୂଆଗାଁ ଥାନାରେ ଖବର ଦେଇଥିଲେ । ଖବର ପାଇ ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା ଓ ପୁଲିସ୍ ଟିମ୍ ସଦଳବେଳେ ଘଟଣା ସ୍ଥଳରେ ପହଞ୍ôଚ ପାରିପାଶ୍ୱିର୍କ ଅବସ୍ଥାକୁ ଅନୁଧ୍ୟାନ କରିଥିଲେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଥିବା ଏସ୍‌ଡିପିଓ ଶ୍ରୀ ଭାତ୍ରା ସୂଚନା ଦେଇଛନ୍ତି ।

ମୃତ ମହିଳା ଜଣକ ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଳକ୍ ପୁରୁଣାପାଣି ପଞ୍ଚାୟତ କୁର୍ବା ଗ୍ରାମର ବୋଲି ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା । ଗତକାଲି ରାତିରେ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ପ୍ରକାରେ ମୃତ ମହିଳା ଜଣକ କୁର୍ବା ଗ୍ରାମରୁ ଖମାରୀ ଗାଁରେ ଥିବା ଜନସେବାକେନ୍ଦ୍ରରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ ।

ଟଙ୍କା ଉଠାଇସାରି ଘରକୁ ଫେରିବା ବାଟରେ ଏହି ବିଭତ୍ସ ହତ୍ୟାକାଣ୍ଡର ଶିକାର ହୋଇଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି । ଶବକୁ ଜବତ କରିବା ପରେ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ ପଠାଇଛନ୍ତି । ପୋଲିସ୍ ଖମାରୀ ଗାଁରେ ଛାନ୍‌ଭିନ୍ ତଦନ୍ତ ଚଳେଇଛି । ବହୁ ଲୋକଙ୍କ ବୟାନ୍ ରେକର୍ଡ ହୋଇଛି । ଏହି ହତ୍ୟାକାଣ୍ଡରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ପୁଲିସ୍ ନଜର ଆନ୍ଦାଜ୍ କରିଛି । ଘଟଣାର ଖୁବ୍ ଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking