ଭୁବନେଶ୍ୱର : ପୁଣି ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ଖଣ୍ଡଗିର ଥାନା ପୁଲିସ ଏକ ଅଜଣା ମୃତଦେହ ଉଦ୍ଧାର କରିଛି। ତା’ ସହିତ ଏକ ବାଇକ ମଧ୍ୟ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଗାଡ଼ିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି। ଏହା ସହ ପୁଲିସ ଉଦ୍ଧାର କରିଥିବା ମୃତକର ବେକରେ କଟା ଦାଗ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ପୁଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ତେବେ ଗାଡ଼ି ନମ୍ବରରୁ ମାଲିକ ସୁବ୍ରତ ଧଳ ବୋଲି ଜଣା ପଡ଼ିଛି। ଏହି ନମ୍ବର ଆଧାରରେ ମାଲିକଙ୍କ ସହ ଯୋଗାଯୋଗ କରାଯାଉଥିବା ପୁଲିସ କହିଛି।