26.1 C
Bhubaneswar
Friday, March 29, 2024
Homeଅପରାଧବନ୍ଦ ଘରୁ ମିଳିଲା ଦିଅର-ଭାଉଜଙ୍କ ମୃତଦେହ

ବନ୍ଦ ଘରୁ ମିଳିଲା ଦିଅର-ଭାଉଜଙ୍କ ମୃତଦେହ

କେନ୍ଦୁଝର (ଓଡ଼ିଶା ନ୍ୟୁଜ୍ ଏଜେନ୍ସି): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗ୍ରାମରେ ଅଲଗା ଅଲଗା ବନ୍ଦ କୋଠରୀରୁ ଆଜି ଦୁଇଟି ମୃତହେଦ ଉଦ୍ଧାର କରାଯାଇଛି । ମୃତଦେହଙ୍କ ମଧ୍ୟରୁ ଜଣେ ବିବାହିତ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରୁଷ । ମୃତକ ମହିଳା ଜଣଙ୍କ ହେଉଛନ୍ତି ନୂଆବନ୍ଧ ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ପତ୍ନୀ ପୁଷ୍ପଲତା ନାଏକ ଓ ସେହି ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଚୟ ନାଏକ । ଏଦୁହିଜଣ ସମ୍ପର୍କରେ ଦଅର-ଭାଉଜ ହେବେ ବୋଲି ଜଣାପଡ଼ିଛି । ଏହି ଦୁଇଜଣଙ୍କର ମୃତ୍ୟୁର କାରଣ ସଠିକ ଜଣା ପଡ଼ି ନଥିଲେ ମଧ୍ୟ ପ୍ରେମ ସମ୍ପର୍କକୁ ନେଇ ହୋଇଥାଇପାରେ ବୋଲି ଜଣାପଡ଼ିଛି । ସବୁଦିନ ପରି ସଞ୍ଜୟ ଘରକୁ ଆସି ଖାଇ ପିଇ ସୋଇଥିଲେ । ରାତିରେ ତାଙ୍କର ବାନ୍ତି ହୋଇଥିଲା । ପରେ ସେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ ।
ଅନ୍ୟପଟେ ପୁଷ୍ପଲତା ତାଙ୍କ ଘରେ ନିଜର ଏକ ମାତ୍ର ୬ବର୍ଷର ଝିଅ ସହିତ ଶୋଇଥିଲେ। ସକାଳେ ଉଠିବାରେ ବହୁ ବିଳମ୍ବ ହେବାରୁ ବାହାର ପଟୁ ଡାକ ଦେବାରୁ ତାଙ୍କ ଝିଅଟି ଉଠିଥିଲା। ଏହାପରେ ପୁଷ୍ପଲତା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ପାଖରେ ଏକ କୀଟନାଶକ ବୋତଲ ପଡ଼ିଥିବା ଦେଖା ଯାଇଥିଲା । ମୃତଦେହ ନିକଟରେ କୀଟନାଶକ ଔଷଧ ପଡ଼ିଥିବା ହେତୁ ପ୍ରେମଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ ଉଭୟଙ୍କ ଭିତରେ କିଛି ଦିନ ହେବ ପ୍ରେମ ସଂପର୍କ ଗଢ଼ିଉଠି ଥିଲା। କିନ୍ତୁ ଏହାକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହିଥିଲା।
ଖବର ପାଇ ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ପୁଷ୍ପଲତା ଓ ସଞ୍ଜୟଙ୍କ ମୃତଦେହକୁ ଜବତ କରି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking