34.1 C
Bhubaneswar
Friday, March 29, 2024
Homeଅପରାଧଗୋଡ଼ ନଥିବା ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଗୋଡ଼ ନଥିବା ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଗୋଡ଼ ନଥିବା ଏକ ନବଜାତ ଶିଶୁକନ୍ୟାର ମୃତଦେହ ମିଳିଛି । ତେବେ ଏହି ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁ ପରିସ୍ଥିତିରେ ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତ ଶିଶୁକନ୍ୟା ଶରୀରରେ ଆଘାତ ଥିବା ସହ ଗୋଟିଏ ଗୋଡ଼ ନଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଜବତ କରି ତାର ସଂସ୍କାର କରାଇଥିଲା । ଏବେ ବି ଶିଶୁକନ୍ୟାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ନବଜାତ ଶିଶୁକନ୍ୟାର ଗୋଡ଼କୁ କୁକୁରଝୁଣି ଖାଇ ଦେଇଥିବାର ସନ୍ଦେହ ହେଉଛି । ପୁଲିସ ଏ ସମ୍ପର୍କରେ ନିଜର ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking