31.1 C
Bhubaneswar
Tuesday, April 23, 2024
Homeଓଡିଶାରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଘଟଗାଁ : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା | ଏଠାରେ ରେଳ ଧାରଣାରୁ ଜଣେ ବୃଦ୍ଧାଙ୍କର ମୃତ ଉଦ୍ଧାର ହୋଇଛି ଯାହା ଏବେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଘଟଗାଁ ଥାନାର ନୁସୁରିପଶି ଗ୍ରାମର ଜଣେ ୬୫ ବର୍ଷୀୟା ବୃଦ୍ଧା ଶାନ୍ତିଲତା ବେହେରା ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ । ରାତିସାରା ତାଙ୍କ ପରିବାର ଲୋକେ ଶାନ୍ତିଲତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା କେଉଁଠି ବି ତାଙ୍କର ପତ୍ତା ମିଳି ନଥିଲା । ହେଲେ ଆଜି ସକାଳେ କିଛି ଲୋକ ଗ୍ରାମ ନିକଟରେ ଥିବା ରେଳ ଧାରଣା ଉପରେ ଶାନ୍ତିଲତା ବେହେରାଙ୍କର ମୃତ ଦେହ ପଡିଥିବାର ଦେଖିବାକୁ ପାଇଥିଲେ । ସେମାନେ ଏସଂପର୍କରେ ଶାନ୍ତିଲତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ । ଖବର ପାଇ ଘଟଗାଁ ଥାନା ପୁଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ବୃଦ୍ଧା ଶାନ୍ତିଲତା ବେହେରାଙ୍କ ମୃତ୍ୟୁ କିଭଳି ହୋଇଛି, ସେ କାହିଁକି ଘରୁ ନିଖୋଜ ହୋଇଥିଲେ ,ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଗେରରେ ରହିଥିବା ବେଳେ ନେଇ ପୁଲିସ ନିଜର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking