29.1 C
Bhubaneswar
Wednesday, April 24, 2024
Homeଅପରାଧଘର ଭିତରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘର ଭିତରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା | ଘର ଭିତରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ମହିଳାଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ ସୃଷ୍ଟି ହେଉଛି । ତେବେ ମୃତ ମହିଳାଙ୍କ ନାମ ଦୀପା ସିନ୍ଧ୍ରିଆ ଏବଂ ତାଙ୍କର ବୟସ ୨୫ ବର୍ଷ ବୋଲି କୁହାଯାଉଛି । ସେ ବିବାହିତା ମଧ୍ୟ ।
ମିଳିଥିବା ସୂଚନା ମୁତାବକ, ମୃତ ଦୀପା ବିନିକା ଥାନା ଅନ୍ତର୍ଗତ ଗାନ୍ଧିନଗର ପଡ଼ାର ସୋନୁ ସିନ୍ଧ୍ରିଆଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିବା ହେତୁ ଦୀପା ଅଧିକାଂଶ ସମୟରେ ନିଜ ବାପ ଘରେ ରହୁଥିଲେ। ଗତକାଲି ସେ ଶାଶୁ ଘରକୁ ଫେରିଥିଲେ। ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ଦୀପା ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେଣେ ସୁବର୍ଣ୍ଣପୁରର ଜଣେ ମାଜିଷ୍ଟ୍ରେଟ୍ ଆସିବାପରେ ତାଙ୍କ ଉପସ୍ଥିତିରେ କବାଟ ଖୋଲାଯାଇ ତଦନ୍ତ ଆରମ୍ଭ କରାଯିବ ବୋଲି ଜଣାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking