38.1 C
Bhubaneswar
Tuesday, April 23, 2024
Homeଅପରାଧନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନାୟ ଘଟଣା | ଜଣେ ଯୁବକ ନିଖୋଜ ହେବାର ତିନି ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର କରା ଯାଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅମୃତପୁର ଗାଁରେ ଘଟିଛି ଏପରି ଘଟଣା । ମୃତକ ରତ୍ନାକର ଖୁଣ୍ଟିଆ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅମୃତପୁର ଗାଁର ରତ୍ନାକର ଖୁଣ୍ଟିଆ ଗତ ୩ ଦିନ ହେଲା ନିଖୋଜ ଥିଲେ । କିନ୍ତୁ ଗତକାଲି ରାତିରେ ତିହିଡି ପୁରୁଣା ବଜାରସ୍ଥିତ ଏକ ପରିତ୍ୟକ୍ତ ଘରୁ ରତ୍ନାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ପରିବାର ପକ୍ଷରୁ ଦାବି କରିଛନ୍ତି । ପୋଲିସ ମୃତଦେହକୁ ଜବତ କରିବା ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking