39.1 C
Bhubaneswar
Tuesday, April 23, 2024
Homeଓଡିଶାନାଗାବଳୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରଙ୍କ ମୃତଦେହ

ନାଗାବଳୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରଙ୍କ ମୃତଦେହ

ରାୟଗଡା : ରାୟଗଡା ସହର ଉପଖଣ୍ଡ କଣ୍ଡା ତୁମ୍ବିଗୁଡା ନିକଟ ନାଗାବଳୀ ନଦୀ ତୁଠରେ ସୌଚ ହେବାକୁ ଯାଇ ଜଣେ ଛାତ୍ର ନିଖୋଜ ଥିବାବେଳେ ବହୁ ଖୋଜଖୋଜି ପରେ ଉକ୍ତ ଛାତ୍ରର ମୃତଦେହ ଅଗ୍ନିଶ୍ରମ ବିଭାଗ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ସହରସ୍ଥ ସାଇପ୍ରିୟା ନଗର ବାସୀନ୍ଦା ଏମ ନୌକାରାଜୁଙ୍କ ୧୭ବର୍ଷ ପୁଅ ଏମ.ଭାନୁ ପ୍ରକାଶ ସୌଚ ହେବାକୁ ନଗାବଳୀ ନଦୀ ତୁଠକୁ ଯାଇଥିଲେ । ସକାଳୁ ଯାଇଥିବା ଭାନୁ ପ୍ରକାଶ ଅପରାହ୍ନ ସୁଧା ଫେରିନଥିଳେ । ବିଳମ୍ବ ଘଟିବାରୁ ପରିବାର ଲୋକେ ଭାନୁପ୍ରକାଶଙ୍କୁ ଖୋଜାଖଜି କରିଥିଲେ । ବହୁ ଖୋଜାଖୋଜି ପରେ କଣ୍ଡା ତୁମ୍ଭିଗୁଡା ନିକଟ ତୁଠରେ ନିଜ ଦୁଇଚକିଆ ବାଇକ ଥିବା ଦେଖି ସୌଚ ହେବାକୁ ଯାଇ ନଦୀରେ ଗୋଡ ଖସିଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗ ଓ ପରେ ଟାଉନ ପୁଲିସକୁ ଏ ନେଇ ଖବର ଦେଇଥିଲେ । ଘଟଣାସ୍ଥଳର ଅଗ୍ନିଶମ କର୍ମଚାରୀ, ପୁଲିସ ପହଚିଂ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଖୋଜାଖୋଜି ଅପରେସନ ଚଳାଇ ଥିବାବେଳେ ଶୁକ୍ରବାର ଛାତ୍ରଙ୍କ ପତା ମିଳିନଥିଲା । ତେବେ ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି ପରେ ହାତୀପଥର ନିକଟରେ ଯୁବକଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ତେବେ ମୃତ ଦେହକୁ ଜିଲା ଚିକିତ୍ସାଳୟରେ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତରଣ କରାଯାଇଥିବା ରାୟଗଡ଼ା ଥାନା ଅଧିକାରୀ ନିହାର ରନ ପ୍ରଧାନ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking