34.1 C
Bhubaneswar
Friday, March 29, 2024
Homeଅପରାଧଜେଜେ ବାପାଙ୍କ ଶବକୁ ଫ୍ରିଜ ଭିତରେ ଲୁଚାଇ ରଖିଥିଲା ନାତି, ଶେଷରେ....

ଜେଜେ ବାପାଙ୍କ ଶବକୁ ଫ୍ରିଜ ଭିତରେ ଲୁଚାଇ ରଖିଥିଲା ନାତି, ଶେଷରେ….

ତେଲେଙ୍ଗାନା : ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ । ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତଦେହକୁ ଫ୍ରିଜ ଭିତରେ ରଖିଥିଲା । ତେଲେଙ୍ଗାନାର ୱାରଙ୍ଗାଲ ଜିଲ୍ଲାରୁ ଏଭିଳି ଆଶ୍ଚର‌୍ୟ୍ୟ ଜନକ ଘଣଣା ସାମ୍ନାକୁ ଆସଛି । କିଛିଦିନ ହେବ ୱାରଙ୍ଗାଲ ଜିଲ୍ଲାର ଏଇ ଅଞ୍ଚଳରେ ଦୁର୍ଗନ୍ଧ ହେଉଥିଲା । ଦୁର୍ଗନ୍ଧ ଅସହ୍ୟ ହେବାରୁ ସ୍ଥାନୀୟବାସୀନ୍ଦା ବିରକ୍ତ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଜଣଙ୍କ ଘରେ ଚଢଉ କରିଥିଲା । ଘର ଭିତର ଛାନଭିନ କରିବା ପରେ ଫ୍ରିଜ ଭିତରୁ ବୃଦ୍ଧଙ୍କ ମୃତଦେହ ମିଳିଥିଲା । ସୂଚନା ଅନୁଯାୟୀ, ଦୁର୍ଗନ୍ଧ ଅଧିକ ହେବାରୁ ପାଖଆଖ ଲୋକଙ୍କ ସନ୍ଦେହ ବଢିଥିଲା । ଏ ନେଇ ସେମାନେ ପୋଲିସ ନିକରେ ଜଣେଇଥିଲେ । ପୋଲିସ ଘଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ସେହି ଘରେ ରହୁଥିବା ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲା ହେଲେ କିଛି କହି ନ ଥିଲେ । ପୋଲିସ ସାରା ଘର ଖୋଜିବା ପରେ ବି କିଛି ପାଇ ନଥିଲା । । ସେହି ସମୟରେ ସର୍କଲ୍ ଇନ୍ସପେକ୍ଟର ମହେନ୍ଦ୍ର ରେଡ୍ଡୀଙ୍କ ନଜର ଘରେ ଥିବା ଏକ ଫ୍ରିଜ ଉପରେ ପଡିଥିଲା । ଫ୍ରିଜ ଖୋଲିବା ମାତ୍ରେ ଭିତରେ ଏକ ମୃତଦେହ ଥିଲା, ଯାହାକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା । ମୃତଦେହ ସଢି ଯାଇଥିବାରୁ ସେଥିରୁ ଦୁର୍ଗନ୍ଧ ହେଉଥିଲା । ଯଦ୍ୱାରା ପାଖ ଆଖ ପରିବେଶ ମଧ୍ୟ ଦୁର୍ଗନ୍ଧମୟ ହୋଇଯାଉଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉକ୍ତ ଯୁବକକୁ ଗିରଫ କରିଥିଲା । ଘରେ ଥିବା ସେହି ଯୁବଜଙ୍କ ନା’ନିଖିଲ । ମୃତଦେହଟି ଆଉକେହି ନୁହେଁ, ଯୁବକଙ୍କ ନିଜ ଜେଜେବାପା । ତାଙ୍କ ବୟସ ୯୩ ବର୍ଷ । ଉଭୟ ନିଖିଲ ଓ ତାଙ୍କ ଜେଜେ ଏକ ଭଡା ଘରେ ରହୁଥିଲେ । ସଡ଼କ ଦୁର୍ଘଟଣାରେ ନିଖିଲର ବାପାମାଙ୍କ ମୃତ୍ୟୁ ହେବା ପରଠୁ ହିଁ ନିଖିଲ ଡିପ୍ରେସନ୍‌ରେ ରହୁଥିଲା । ଏପରିକି ତାଙ୍କର ମାନସିକ ସ୍ଥିତି ବି ଠିକ୍ ରହୁ ନଥିଲା । ପୋଲିସ ନିଖିଲଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କହିଛନ୍ତି, ଜେଜେ ବାପାଙ୍କ ଦେହ ଅସୁସ୍ଥ ହୋଇପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଗଲା । ନିଖିଲର ବାପା ମା’ ବି ଦୁନିଆରେ ନାହାଁନ୍ତି । ଶବ ସତ୍କାର କରିବାକୁ ପାଖରେ କେହି ନାହାଁନ୍ତି । ଏପରିକି ଅନ୍ତିମ କ୍ରିୟା ପାଇଁ ବି ତାଙ୍କ ପାଖରେ ପଇସା ନଥିଲା । ତେଣୁ ସେ ମର ଶରୀରକୁ ଘରର ଫ୍ରିଜରେ ରଖି ଦେଇଥିଲେ ।

ଉକ୍ତ ଘଟଣାକୁ ଓ ଅଭିଯୁକ୍ତଙ୍କ ବୟାନକୁ ନେଇ ବର୍ତ୍ତମାନ ସୁଦ୍ଧା ପୋଲିସ ସନ୍ଦେହ ଘେରରେ ରହିଛି । ଘଟଣାର ତଦନ୍ତ ଜାରି ରହିଥିବାବେଳେ ପୋଲିସ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking