34.1 C
Bhubaneswar
Friday, March 29, 2024
Homeଓଡିଶାଭଉଣୀ ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବା ଯବାନ ଭାଇର ମିଳିଲା ଶବ

ଭଉଣୀ ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବା ଯବାନ ଭାଇର ମିଳିଲା ଶବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ତଥା ବ୍ଲକ ଅନ୍ତର୍ଗତ ଖାନୁଆ ଗ୍ରାମର ଚନ୍ଦ୍ରକାନ୍ତ ଶେଜପଡ଼ା(୩୪), ଯିଏକି ଯବାନ ଭାବେ ରାଜସ୍ଥାନରେ ଚାକିରି କରୁଥିଲେ ସେ ଗତ ୩ ତାରିଖରେ ନିଜ ଭଉଣୀ ବାହାଘର କର୍ମ ସାରି ପୁଣି ନିଜ କର୍ମକ୍ଷେତ୍ରକୁ ଗତ ୯ ତାରିଖରେ ଫେରୁଥିଲେ। ମାତ୍ର କର୍ମସ୍ଥଳକୁ ସେ ପହଞ୍ଚି ପାରି ନଥିଲେ । ରାସ୍ତାରେ ହରିଆନାର ରେଳ ଲାଇନ ନିକଟରୁ ତାଙ୍କ ଶବକୁ ରେଳ ବିଭାଗ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ଭଉଣୀ ବାହାଘର କର୍ମ ଶେଷ ହେବାପରେ ଗତ ୯ ତାରିଖରେ ରାଜସ୍ଥାନକୁ ଟ୍ରେନ ଯୋଗେ ଯାଉଥିଲେ ।ସେଠାରେ ସଠିକ ସମୟରେ ନ ପହଞ୍ଚିବାରୁ ତାଙ୍କ ଉପରିସ୍ଥ ଅଧିକାରୀ ଫୋନରେ ମଧ୍ୟ କୌଣସି ଉତ୍ତର ନ ପାଇ ଘରକୁ ଫୋନ୍ କରିଥିଲେ ।

ସେ ଯାଇଥିବାର ଖବର ଅଧିକାରୀ ଜାଣିବାକୁ ପାଇ ତାଙ୍କ ସନ୍ଧାନ ନେବାରେ ଲାଗିପଡିଥିଲେ । ଗତକାଲି ହରିଆନା ରେଳବାଇ ପୁଲିସ ରେଳ ଲାଇନରୁ ଯବାନ ଚନ୍ଦ୍ରକାନ୍ତଙ୍କ ଶବ ପାଇ ରାଜସ୍ଥାନ ସହ ନିଜ ଘର ଖାନୁଆକୁ ସୂଚନା ଦେଇଥିବା ଜଣାପଡିଛି । ଆସନ୍ତାକାଲି ଶହୀଦ ଯବାନଙ୍କ ମର ଶରୀର ଖାନୁଆ ଗାଁରେ ପହଞ୍ଚିବ ଏବଂ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଉକ୍ତ ଯୁବ ଯବାନଙ୍କ ମୃତ୍ୟୁରେ ନିଜ ଗ୍ରାମ ସମେତ ବଡ଼ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking