38.1 C
Bhubaneswar
Tuesday, April 23, 2024
Homeଅପରାଧକୂଅରୁ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର

କୂଅରୁ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର

ନୂଆପଡ଼ା : ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁର ଏକ କୂଅରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣକ ହେଲେ କେନ୍ଦୁବାହାରା ଗାଁର ରାଜକୁମାର ରାଉତ(୨୧) । ଯୁବକ ଜଣକ ୪ ଦିନ ପୂର୍ବରୁ ନିଖୋଜ ଥିଲେ । ଆଜି ମଧ୍ୟାହ୍ନରେ ଧରମବନ୍ଧା ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତା”ର କରିଥିବା ଆଇଆଇସି ଦିଲୀପ ଲାକ୍ରା ସୂଚନା ଦେଇଛ”ି । କେନ୍ଦୁବାହାରାର ଲଲତୁ ରାଉତଙ୍କ ପୁଅ ରାଜକୁମାର ଛତିଶଗଡର ରାୟପୁର ସହରରେ ଏକ ତେଜରାଜି ଦୋକାନରେ କାମ କରୁଥିଲେ । ଗତ ୯ତାରିଖ ରେ ରାଜକୁମାର ଗାଁକୁ ଆସିଥିଲେ । ଦିନ ତମାମ ଯାତ୍ରାରେ ସାମିଲ ହୋଇ ଭୋଜି ଭାତରେ ମସ୍‌ଗୁଲ ହୋଇଥିଲେ । ସନ୍ଧ୍ୟାରେ ଗାଁ ଜଣେ ଲୋକଙ୍କ ସହ କଳି ଜଗଡା ହୋଇଥିଲା । କିଛି ସମୟ ପରେ ରାତିରେ ରାଜକୁମାର ନିଖୋଜ ହୋଇଥିଲେ । ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ମିଳିନଥିଲା । ପର ଦିନ ସକାଳେ ସମ୍ପର୍କୀୟମାନେ କାମ କରୁଥିବା ରାୟପୁରର ଦୋକାନ ମାଲିକଙ୍କୁ ପଚରା ଉଚରା କରିଥିଲେ ବି ଖୋଜ ଖବର ମିଳିନଥିଲା । ସକାଳେ ଗାଁ ମଝିର ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଧରମବନ୍ଧା ଆଇଆଇସି ଦିଲୀପ ଲାକ୍ରା ଘଟଣାସ୍ଥଳରେ ପହଂଚିଥିଲେ । କୂଅ ଭିତରକୁ ଶବ ଗାଁଲୋକଙ୍କ ଉଦ୍ୟମରେ ବାହାର କରାଯାଇଥିଲା । ଶବ ଚିହ୍ନଟ କରି ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଚ୍ଛେଦ କରି ପୁଲିସ ପରିବାର ଲୋକଙ୍କୁ ହସ୍ତା”ର କରିଛି । ତେବେ ଏହା ଆତ୍ମହତ୍ୟାନା ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ । ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦ” ଚାଲିଥିବା ଥାନାଧିକାରୀ କହିଛ”ି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking