34.1 C
Bhubaneswar
Friday, March 29, 2024
Homeଅପରାଧଗଛ ଡାଳରୁ ଯୁବକଙ୍କ ଶବ ଉଦ୍ଧାର

ଗଛ ଡାଳରୁ ଯୁବକଙ୍କ ଶବ ଉଦ୍ଧାର

ରାଉରକେଲା: ଦକ୍ଷିଣ ରାଉରକେଲା ଅଂଚଳରେ ଜଣେ ଦିନ ମଜୁରିଆ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ମୃତ ଯୁବକଙ୍କ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜଲଦା ଫାଣ୍ଡି ଅର୍ନ୍ତଗତ ଜଲଦା ‘ଏ’ ବ୍ଲକରେ ରହୁଥିବା ରଘୁନାଥ ତନ୍ତୀଙ୍କ ୨୦ ବର୍ଷିୟ ପୁତ୍ର କ୍ରୀଷ୍ଣା ତନ୍ତୀର ଶବକୁ ସ୍ଥାନୀୟ ପୋଖରୀ ନିକଟ ଏକ  ଗଛ ଡାଳରେ ଝୁଲିବା ଅବସ୍ଥାରେ ସ୍ଥାନୀୟ େଊାକେ ଦେଖିବାକୁ ପାଇଥିଲେ । ଏହାପରେ ଏହି ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ  ଜଲଦା ଫାଣ୍ଡିର ପୁଲିସ କର୍ମୀ ଘଟଣାସ୍ଥଳରେ ପହଂଚି  ଯୁବକର ଶବକୁ ଜବତ କରିଥିଲେ । କୌଣସି କାରଣ ବଶତଃ ଯୁବକ ଜଣଙ୍କ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି ।  ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

ଘରେ ପତି-ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା:  ରାଉରକେଲା ଫର୍ଟିଲାଇଜର ଅଂଚଳରେ  ଏକ ପରିବାରର ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ମୃତ୍ୟୁମୁଖରୁ ଉଦ୍ଧାର ପାଇଛନ୍ତି ।  ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଫର୍ଟିଲାଇଜର ଟାଉନସିପ କ୍ୱାର୍ଟର ନଂ ଡି-୧୭ରେ ରହୁଥିବା ଆରଏସପି କର୍ମଚାରୀ ସୁବାଷ ସାମଲ(୫୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାମଲ(୪୮) ପୁଅ,ବୋହୂଙ୍କ ସହ ସପରିବାର ବାସ କରନ୍ତି । ଘରେ କେହି ନଥିବା ସମୟରେ ଦମ୍ପତି ଦ୍ୱୟ  ଘର ଭିତରେ ଥିବା ସିଲିଙ୍ଗ ଫ୍ୟାନରେ  ଫାଶୀ ଲଗାଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ପଡୋଶୀ ମାନେ ତତ୍‌କ୍ଷାଣତ ସେମାନଙ୍କୁ  ଉଦ୍ଧାର କରି ତୁରନ୍ତ  ଆଇଜିଏଚ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ପରିବାର ପକ୍ଷରୁ ଟାଙ୍ଗରପାଲୀ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ସ୍ଥାନୀୟ ଟାଙ୍ଗରପାଲୀ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking