27.1 C
Bhubaneswar
Thursday, April 25, 2024
Homeଓଡିଶାନାବାଳିକାର ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ନାବାଳିକାର ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଚାଟ୍ରା ଗ୍ରାମସ୍ଥିତ ବସ୍ତିର ଏକ ମୁସଲିମ ପରିବାରର ବାପା ଓ ମା’ ଛେଉଣ୍ଡ ମମତାଜ୍ ବେଗମ୍‌ଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ଶୁକ୍ରବାର ଅପରାହ୍ନ ୪ଟାରେ ଘରେ କେହି ନଥିବା ସମୟରେ ମମତାଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି ବୋଲି ମମତାଜର ଆଈ ମାଆ ମଦିନା ବିବି କହିଛନ୍ତି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କାକଟପୁର ଥାନା ଲତାହରଣ ଗ୍ରାମର ମଦିନା ବିବି ନାମକ ଏକ ମୁସଲମାନ ପରିବାର ଗ୍ରାମ ଛାଡି ଦୀର୍ଘ ୪୦ବର୍ଷ ହେଲା ଜଗତସିଂହପୁର ପୌରପରିଷଦ ଚାଟ୍ରା ଗ୍ରାମ ସ୍ଥିତ ବସ୍ତିର ସରକାରୀ ଜାଗା ଜବର ଦଖଲ କରି ରହି ଆସୁଥିଲେ । ମଦିନା ବିବିଙ୍କ ପୁଅ ମୁକ୍ତାର ଖାଁନ୍ ମୁସ୍ତାର ବିବିଙ୍କୁ ବିବାହ କରିଥିଲେ । ବିବାହ ପରେ ମୁସ୍ତାର ବିବି ଏକ ପୁଅ ଓ ଝିଅ ମମତାଜ୍ ବେଗମକୁ ଜନ୍ମ ଦେବା ପରେ ମୁସ୍ତାର ବିବିଙ୍କ ଦେହାନ୍ତ ହୋଇଥିଲା । ଛୋଟ ପିଲାଙ୍କୁ ଲାଳନ ପାଳନ କରିବା ମୁକ୍ତାର ଖାଁନ୍ ପକ୍ଷେ କଷ୍ଟକର ହେବା ନେଇ ସେ ୨ୟ ବିବାହ ଆଉ ଜଣେ ମୁସ୍ତାର ବିବି ନାମକ ମହିଳାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ମଧ୍ୟରେ ୨ୟ ପତ୍ନୀ ଛାଡି ଚାଲିଯାଇ ଥିଲା । ଏହାର କିଛି ଦିନ ମଧ୍ୟରେ ମଧ୍ୟ ମୁକ୍ତାର ଖାଁନଙ୍କ ମୃତ୍ୟୁ ହେବା ନେଇ ମମତାଜ ବେଗମ୍ ବାପା,ମାଆ ଛେଉଣ୍ଡ ହୋଇ ଯାଇଥିଲା । ଯାହାଫଳରେ ସେ ତାର ଆଈ ମାଆ ମଦିନା ବିବି ପାଖରେ ରହି ୧୦ମ ଶ୍ରେଣୀରେ ପାଠ ପଢୁଥିଲା ।
ନାତୁଣୀର ବୟସକୁ ବାଛ ବିଚାର ନକରି ନିକଟରେ ମମତାଜର ବିବାହ ପାଇଁ ପ୍ରସ୍ତାବ ଠିକ୍ କରି ରଖିଥିଲେ । ନାତୁଣୀ ମମତାଜ ୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷା ପରେ ତାର ବିବାହ ହୋଇଥାନ୍ତା ବୋଲି ମଦିନା ବିବି କହିଛନ୍ତି । ହେଲେ ଶୁକ୍ରବାର ଅପରାହ୍ନରେ ସେ ଓ ତାଙ୍କ ପରିବାର ଘରେ କେହି ନଥିବା ସମୟରେ ଘର ଭିତରେ ଦଉଡି ଲଗାଇ ମମତାଜ୍ ଆତ୍ମହତ୍ୟା କରିଥିଲା ବୋଲି ମଦିନା ବିବି କହିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମବାସୀ ସନ୍ଦେହ କରିଛନ୍ତି । ପୁଲିସ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking