32.1 C
Bhubaneswar
Thursday, March 28, 2024
Homeଓଡିଶାରେଳଧାରଣା କଡ଼ରୁ ମହିଳାଙ୍କ ଶବ ଉଦ୍ଧାର

ରେଳଧାରଣା କଡ଼ରୁ ମହିଳାଙ୍କ ଶବ ଉଦ୍ଧାର

ବେଗୁନିଆ : ବେଗୁନିଆ ବ୍ଲକ୍ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବାଘମାରୀ-କରଡ଼ଗାଡିଆ ମଧ୍ୟବର୍ତ୍ତୀ ରେଳ ଧାରଣାରୁ ପୁଲିସ ଗୁରୁବାର ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବାଘମାରୀ ଥାନା ସବଇନ୍ସିପେକ୍ଟର ରବୀନ୍ଦ୍ର କୁମାର ପଣ୍ଡାଙ୍କ ସୂଚନା ମୁତାବକ ମୃତା ମହିଳା ଜଣକ ହେଉଛନ୍ତି ବେଗୁନିଆ ଥାନା ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପରିଛଳ ଗ୍ରାମର ସୁଶାନ୍ତ ସେଠୀଙ୍କ ପତ୍ନୀ ପୂର୍ଣ୍ଣିମା ସେଠୀ(୩୮) । ଶ୍ରୀ ସେଠୀ ବିବାହ କରି ଘରଜ୍ୱାଇଁ ଭାବରେ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପାଟଣା ଗ୍ରାମରେ ଦୀର୍ଘଦିନ ଧରି ରହିଆସୁଥିଲେ । ସେ ପେସାରେ ଜଣେ ଡ୍ରାଇଭର ହୋଇଥିବାରୁ ରାତିରେ ଗାଡ଼ି ଚଳାଇ ସକାଳେ ଘରକୁ ଫେରିଥାନ୍ତି । ଗତ ତିନିଦିନ ତଳେ ସେ ନିଜ ଘରକୁ ଫେରିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ଘରୁ ବାହାରି ଯିବାର ଦେଖିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କଳି ଲାଗିଥିଲା । କିନ୍ତୁ ଗତକାଲି ରାତିରେ ଘରକୁ ଫେରି ସକାଳୁ ଉଠି ନିଜ ପତ୍ନୀକୁ ଖୋଜି ପାଇ ନଥିଲେ । ରେଳ ଧାରଣା ଉପରେ ଏକ ଅଜଣା ମହିଳାଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକମାନଙ୍କ ଠାରୁ ଶୁଣିବାକୁ ପାଇଥିଲେ ।ପରେ ସେ ଘଟଣା ସ୍ଥଳରେ ପହଞ୍ଚି ନିଜ ପତ୍ନୀର ଶବକୁ ଚିହ୍ନଟ କରିଥିଲେ । ମାତ୍ର ଏହା ସୁପରିକଳ୍ପିତ ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking