28.1 C
Bhubaneswar
Friday, March 29, 2024
Homeଅପରାଧଚୀନାବାଦାମ ବିଲରେ ଅଜଣା ବାଳକର ମୃତଦେହ

ଚୀନାବାଦାମ ବିଲରେ ଅଜଣା ବାଳକର ମୃତଦେହ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଏହି ଘଟଣା ଘଟିଥିିବା ଜଣାପଡିଛି । ବରୀ ବ୍ଲକ୍ ଅଞ୍ଚଳର ବୋଦୁଅ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏରଡ଼ାପାଟ ଗ୍ରାମର ଚୀନାବାଦାମ ବିଲରେ ଜଣେ ବାଳକ ମୃତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ବାଳକଟିର ବୟସ ପ୍ରାୟ ୧୪ବର୍ଷ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାଳକ ଜଣକ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡୁଛି । ତେବେ ସ୍ଥାନୀୟ ଲୋକେ ବାଳକଟିର ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ  ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ  ପଠାଇ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2019/12/09/police-officers-shoot-each-other-dead/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking