38.1 C
Bhubaneswar
Tuesday, April 23, 2024
Homeଓଡିଶାଜଙ୍ଗଲରୁ ମୃତଦେହ ଉଦ୍ଧାର : ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତନାଘନା

ଜଙ୍ଗଲରୁ ମୃତଦେହ ଉଦ୍ଧାର : ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତନାଘନା

ବାରଙ୍ଗ: ବାରଙ୍ଗ ଅଞ୍ଚଳର ଏକ କାଜୁ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଥିବା ଜଣାପଡ଼ିଛି । ବାରଙ୍ଗ ଥାନା ଅନ୍ତର୍ଗତ ନେତଲଗ୍ରାମ ନିକଟବର୍ତ୍ତୀ କାଜୁ ଜଙ୍ଗଲରୁ ଗୋଡ଼ିସାହି ଫାଣ୍ଡି ପୁଲିସ ଏହି ମୃତଦେହ ଉଦ୍ଧାର କରିଥିଲା । ମୃତକ ହେଲେ ଖୋର୍ଦ୍ଧା ଜଟଣୀ ନୂଆ ଗାଁ ଗାନ୍ଧୀନଗରର ଗୋପାଳ ନାୟକ । ଗତ ମଙ୍ଗଳବାର ସକାଳୁ କାଜୁ ଜଙ୍ଗଲ ଦେଇ ନରାଜ ବ୍ୟାରେଜ୍‌କୁ ଯାଇଥିବା ରାସ୍ତାର କଡ଼ରେ ଥିବା କାଜୁ ଜଙ୍ଗଲ ନିକଟରେ ଗୋଟିଏ ସ୍କୁଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଦିନତମାମ ସ୍କୁଟିଟି ଥୁଆ ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଗୋଡ଼ିସାହି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ôଚ ସ୍କୁଟିଟିକୁ ଉଦ୍ଧାର କରିଥିଲେ ।

ତାର ପରଦିନ ଅର୍ଥାତ ବୁଧବାର ପୁଲିସର ସନ୍ଦେହ ହେବାରୁ କାଜୁ ଜଙ୍ଗଲରେ ଖୋଜାଖୋଜି କରିବାରୁ ଏକ ମୃତ ଦେହ ଦେଖିବାକୁ ପାଇଥିଲେ । ପୁଲିସ ପୂର୍ବରୁ ପାଇଥିବା ଗାଡ଼ିର ନମ୍ବରରୁ ପରିଚୟ ପାଇ ମୃତକଙ୍କ ପରିବାର ଲୋକଙ୍କୁ ଖବର କରିଥିଲେ । ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କୁ ଚିହ୍ନଟ କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବାବେଳେ ମୃତକଙ୍କ ଭାଇ ଗୋବିନ୍ଦ ନାୟକ ଓ ଭଉଣୀ ନଳିନୀ ମାହାଳୀ କହିବା ମୁତାବକ ଗୋପାଳ ବାଙ୍କୀର ଗହଳବାଙ୍କ ଗ୍ରାମରେ ବିବାହ କରିଥିଲେ । ତାଙ୍କର ୪ଟି ପୁଅ ଝିଅ ଅଛନ୍ତି । ସେ ତାଙ୍କ ଶଶୁର ଘରେ ରହୁଥିଲେ ।

ତାଙ୍କ ପତ୍ନୀ ଝୁମୁରୀ ଅନ୍ୟ ଜଣକୁ ଭଲ ପାଇ ପ୍ରେମିକ ସହିତ ୧୫/୨୦ଦିନ ତଳେ କେଉଁ ଆଡ଼େ ପଳାଇ ଯାଇଛି । ଘଟଣାସ୍ଥଳରେ ତାଙ୍କ ପତ୍ନୀ ଝୁମୁରୀର ଚପଲ ପଡ଼ିଥିବା ମଧ୍ୟ ଭାଇ ଏବଂ ଭଉଣୀ ଚିହ୍ନଟ କରିଥିଲେ । ତେବେ ସେ ଝୁମୁରୀ ଏବଂ ତା ପ୍ରେମିକ ଗୋପାଳକୁ ମାରି ଦେଇଥିବା ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଗୋପାଳର ଭାଇ ଭଉଣୀ ଝୁମୁରୀ ମୋବାଇଲ ଫୋନ୍‌କୁ ଯୋଗାଯୋଗ କରିଥିଲେ ହେଁ ତାର ଫୋନ୍ ବନ୍ଦ ଥିବା ପୁଲିସକୁ କହିଥିଲେ । ପୁଲିସ ଅଭିଯୋଗ ପାଇ ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ଡାକ୍ତରଖାନାକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking