29.1 C
Bhubaneswar
Thursday, April 25, 2024
Homeଅପରାଧଝାଉଁବଣରେ ଝୁଲୁଛନ୍ତି ଯୁବକ

ଝାଉଁବଣରେ ଝୁଲୁଛନ୍ତି ଯୁବକ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ରକୂଳ ଝାଉଁବଣରେ ଝୁଲୁଛି ଜଣେ ଯୁବକର ମୃତ ଦେହ । ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପାରିବାରିକ କଳହ , ବ୍ୟକ୍ତିଗତ ଜୀବନ ଏବଂ ପୂର୍ବ ଶତ୍ରୁତା, ବାଦ ବିବାଦ କୁ ନେଇ ହତ୍ୟା ଏବଂ ଆତ୍ମହତ୍ୟା ହୋଇଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ପାରାଦୀପ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଆଜି ସକାଳେ ପାରାଦୀପ ସମୁଦ୍ରକୂଳ ଝାଉଁବଣରେ ଏକ ଝାଉଁ ଗଛରେ ଦଉଡ଼ିରେ ବନ୍ଧା ଯୁବକ ଝୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ । ଏହାପରେ ଜଟାଧାରୀ ମୁହାଣ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୁଲିସ୍ ଖୋଳତାଡ଼ କରୁଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଉଛନ୍ତି ନୂଆବଜାର ଅଞ୍ଚଳର ପ୍ରମୋଦ କମଳ । ତେବେ ଏନେଇ ପ୍ରମୋଦଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି ।
https://onakhabar.com/2020/02/02/murder-case-48/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking