33.1 C
Bhubaneswar
Wednesday, April 24, 2024
Homeଅପରାଧଘର ଲୋକଙ୍କ ଆଗରେ ଛଟପଟ ହୋଇ ପ୍ରାଣବାୟୁ ଉଡିଗଲା

ଘର ଲୋକଙ୍କ ଆଗରେ ଛଟପଟ ହୋଇ ପ୍ରାଣବାୟୁ ଉଡିଗଲା

ମୁଜାଫାନଗର : ମୁଜାଫାନଗରରେ ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି । ଦିନ ଦ୍ବିପହରେ ଜଣେ ଯୁବତୀଙ୍କୁ ଗୁଳି କରି ଅତି ବିବସ୍ଥ ଭାବେ ହତ୍ୟା କରାଯାଇଛି । ମୃତ ଯୁବତୀ ଜଣକ ହେଲେ ସ୍ୱିଟି | ସେ ଦେଖିଥିବା ସ୍ବପ୍ନ ଅଧାରେ ରହିଗଲା । ସ୍ବିଟି ଥିଲେ ଜଣେ ଶିକ୍ଷିତା ଯୁବତୀ । ସେ ବିଇଡି କରି ଥିଲେ । ଔଷଧ କିଣିବା ପାଇଁ ସ୍ବିଟି ବାହାରକୁ ଯିବା ସମୟରେ ଅଚାନକ ଅମିତ୍ ନାମକ ଜଣେ ଯୁବକ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଫାୟାରିଂ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାଁ ଲୋକଙ୍କ ଉପସ୍ଥିତିରେ ଅଭିଯୁକ୍ତ ଯୁବକ ସ୍ବିଟିଙ୍କୁ ଗୁଳି କରି ହତ୍ୟା କରିଥିଲା । ହେଲେ ଏହାକୁ କେହି ବିରୋଧ କରି ନ ଥିଲେ । ମୋତେ ବଞ୍ଚାଅ, ମୋତେ ବଞ୍ଚାଅ ବୋଲି ସ୍ବିଟ୍ ଚିତ୍କାର କରିଥିଲେ। ହେଲେ ସବୁ ଦେଖିଲେ, ଶୁଣିଲେ କିନ୍ତୁ ତାଙ୍କ କଥା କେହି ଶୁଣି ନ ଥିଲେ। ଗାଁର କୌଣସି ବ୍ୟକ୍ତି ତାଙ୍କୁ ରକ୍ଷା କରି ନ ଥିଲେ । ଶେଷରେ ଘର ଲୋକଙ୍କ ସାମ୍ନାରେ ଛଟପଟ୍ ହୋଇ ସ୍ବିଟି ପ୍ରାଣ ହରାଇଥିଲେ। ମୁଜାଫାନଗରର ବହୁପୁରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ ମୁଜାଫାନଗରର ବହୁପୁରା ଅଞ୍ଚଳରେ ୨୨ ବର୍ଷ ବୟସ୍କା ଯୁବତୀ ସ୍ବିଟି ବିଇଡି ପାଠ ଶେଷ କରି ଶିକ୍ଷୟତ୍ରୀ ହେବେ ବୋଲି ସ୍ବପ୍ନ ଦେଖି ଥିଲେ। ତାଙ୍କର ପରିବାର ଆର୍ଥିକ ଅବସ୍ଥା ଏତେ ଭଲ ନ ଥିଲା। ତେଣୁ ସ୍ବିଟି ଚାକିରି କରି ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ଭାବି ଥିଲେ। ହେଲେ ତାଙ୍କୁ ଗୁଳି କରି ହତ୍ୟା କରି ଦିଆଗଲା। ସ୍ବିଟିଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ଆଖି ସାମ୍ନାରେ ସ୍ବିଟିଙ୍କୁ ଗୁଳି କରି ହତ୍ୟା କରି ଦିଆଗଲା। ଗାଁର ସବୁ ଲୋକ ଛିଡ଼ା ହୋଇ ଦେଖିବା ଛଡ଼ା କିଛି କରି ପାରିଲେ ନାହିଁ। ସ୍ବିଟିଙ୍କ ଭଉଣୀଙ୍କ କହିବା ଅନୁସାରେ ଅଭିଯୁକ୍ତ ଅମିତ୍‌ ତାଙ୍କ ଭଉାଣୀଙ୍କୁ କୌଣସି ଏକ କାରଣ ପାଇଁ ବ୍ଲାକମେଲିଂ କରୁଥିଲା। ସ୍ବିଟି ଔଷଧ କିଣିବା ପାଇଁ ଘରୁ ବାହାରିବା ସମୟରେ ଅଭିଯୁକ୍ତ ଅମିତ ତାଙ୍କ ବାଇକରେ ବସିବା ପାଇଁ କହିଥିଲା। ସ୍ବିଟି ମନା କରିବାରୁ ଅମିତ୍‌ ତାଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking