28.1 C
Bhubaneswar
Saturday, April 20, 2024
Homeଓଡିଶାପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଛଞ୍ଚିଣା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା | ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ପବିତ୍ର ରାଉତ ବୋଲି ଜଣା ପଡିଛି । ତେବେ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଛଞ୍ଚିଣା ପଞ୍ଚାୟତର ଛଞ୍ଚିଣା ଗ୍ରାମର ଗୌରସାମ୍ୟ ରାଉତଙ୍କ ବଡ଼ ପୁଅ ପବିତ୍ର ରାଉତ ପୋଖରୀକୁ ଶୌଚ ହେବାକୁ ଯାଇତିଲେ । ସେହି ସମୟରେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପବିତ୍ରଙ୍କ ଫେରିବା ବିଳମ୍ବ ଦେଖି ତାଙ୍କ ସ୍ତ୍ରୀ ଶ୍ବଶୁରଙ୍କୁ ଜଣାଇଥିଲା । ଏହାପରେ ଶ୍ବଶୁର ଚାରିଆଡେ ଖୋଜା ଖୋଜି କରିବା ପରେ ସ୍ଥାନୀୟ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ଗାଁଲୋକଙ୍କୁ ଡାକିଥିଲେ । ଗାଁଲୋକେ ପବିତ୍ରଙ୍କୁ ପୋଖରୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପବିତ୍ର କାଟିଆ ଛକଠାରେ ଏକ ଦୋକାନ କରିଥିବା ବେଳେ ତାଙ୍କର ବର୍ଷକର ପୁଅଟିଏ ଅଛି । ପବିତ୍ରଙ୍କ ମୃତ୍ୟୁକୁ ନେଇ ଛଞ୍ଚିଣା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking