43.9 C
Bhubaneswar
Friday, April 19, 2024
Homeଓଡିଶାନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ

ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ଗ୍ରାମରେ ଗତ କାଲି ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନାବାଳିକା ଜଣକ ଉକ୍ତ ଗ୍ରାମର ନିରଞ୍ଜନ ନାୟକଙ୍କ ଝିଅ ଅର୍ଚ୍ଚନା ନାୟକ (୧୬) ବୋଲି ଜଣା ପଡିଛି । ସୁଚନା ମୁତାବକ, ଅର୍ଚ୍ଚନାଙ୍କ ପ୍ରଥମ ମା ସୀମା ନାୟକଙ୍କ ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଥିବା ପିତା ନିରଞ୍ଜନ ନାୟକ କହିଛନ୍ତି । ପରେ ସରୋଜିନୀ ମହାନ୍ତିଙ୍କୁ ଦ୍ୱିତୀୟ ବିବାହା କରିଥିଲେ । ଅର୍ଚ୍ଚନାଙ୍କ ବଡ ଭଉଣୀ ମାମୀନାଙ୍କ ର ବିବାହ ହୋଇଥିବା ବେଳେ ସେ ତାଙ୍କ ସାବତ ମାଙ୍କ ପାଖରେ ରହୁଥିଲେ । ତାଙ୍କ ବାପା ନିରଞ୍ଜନ ନାୟକ ଦୁବାଇକୁ ଯାଇ କାମ କରିଥାନ୍ତି ।

ମୃତ ଅର୍ଚ୍ଚନା ଯୁକ୍ତ ୨ ରେ ପଢୁଥିଲେ । ଉକ୍ତ ରାତିରେ ସେ ତାଙ୍କ ସାବତ ମାଙ୍କ ନିକଟରେ ଶୋଇଥିଲେ । ମାତ୍ର ସକାଳୁ ତାଙ୍କ ମୃତ ଦେହ ଶୋଇବା ଘରେ ପଡିଥିବା ନେଇ ତାଙ୍କ ସାବତ ମା ସରୋଜୀନିଙ୍କ ଭୁମିକାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି । ଫଳରେ ଅର୍ଚ୍ଚନାଙ୍କ ଭିଣୋଇ ଅର୍ଚ୍ଚନାଙ୍କୁ ମାରିଦିଆଯାଇଥିବା ନେଇ ଗଁଦିଆ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଚିଂ ଶବ କୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking