36.7 C
Bhubaneswar
Tuesday, April 16, 2024
Homeଅପରାଧନିଜ ଦେହରେ ନିଆଁ ଲଗାଇଲେ ଛାତ୍ରୀ , ବଞ୍ଚାଇପାରିଲେନି ଡାକ୍ତର...

ନିଜ ଦେହରେ ନିଆଁ ଲଗାଇଲେ ଛାତ୍ରୀ , ବଞ୍ଚାଇପାରିଲେନି ଡାକ୍ତର…

ପଞ୍ଚକୁଲା : ପଞ୍ଚକୁଲରେ ଘଟିଛି ଏକ ଅଭାବନୀୟ ଘଟଣା | ଏଠାରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗତ ଗୁରୁବାର ରାତିରେ ସେକ୍ଟର-୭ର କର୍ଣ୍ଣର ପାର୍କରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିବାର ଜଣା ପଡିଛି । ତେବେ ଛାତ୍ରୀଙ୍କ ନାମ କନିକା ବୋଲି ଜଣା ପଡିଥିବା ବେଳେ ଯେତେବେଳେ ଲୋକେ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ ସେମାନଙ୍କୁ ସେ ପଛକୁ ହଟିବାକୁ କହିଥିଲେ । ସେ ବାରମ୍ବାର କହୁଥିଲେ ‘ଆଇ ଡୋଣ୍ଟ ଓ୍ବାଣ୍ଟ ଟୁ ଲିଭ , ଆଇ ହେଟ୍ ଦିସ୍ ପ୍ଲେସ୍’ | ସ୍ଥାନୀୟ ଲୋକେ ତାଙ୍କୁ ଯେକୌଣସିମତେ ବଞ୍ଚାଇ ହସ୍ପିଟାଲକୁ ନେଇଥିଲେ । ହେଲେ ଦୁଃଖର ବିଷୟ ଯେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, କନିକା ମାନବ ମଙ୍ଗଲ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତାଙ୍କ ବାପା ମାଆଙ୍କ ବୟାନ ରୁଜୁ କରାଯାଇଛି । ବୁଧବାର କନିକାଙ୍କ ବାପା ତାଙ୍କୁ ଗାଳି ଦେବାର କଥା ମଧ୍ୟ ଜଣା ପଡିଛି । ସେ ଗଣିତରେ ଦୁର୍ବଳ ଥିଲେ ଏବଂ କିଛି ଦିନ ହେବ ସେ ମାନସିକ ଅବସାଦରେ ଥିଲେ । ଘଟଣାସ୍ଥଳରୁ ତାଙ୍କ ପର୍ସରୁ ତାଙ୍କ ମୋବାଇଲ୍ ଏବଂ ପାଣି ବୋତଲରେ ପେଟ୍ରୋଲ୍ ମିଳିଥିଲା । କନିକା ଢ଼କୌଲିରେ ରହୁଥିଲେ ବୋଲି ଜଣା ପଡିଛି ।
ତେବେ ଗତ ବୁଧବାର ସ୍କୁଲରୁ ଆସିବା ପରେ ସେ ଘରୁ ଟ୍ୟୁସନ୍ ଯାଇଥିଲେ,କିନ୍ତୁ ସେଠାରେ ପହଞ୍ଚିନଥିଲେ । ଏହା ପରଦିନ ସେ ନିଜକୁ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ସେଠାରେ ଜଣେ ବାଇକ୍ ଚାଳକ ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲେ । ନାବାଳିକା ପୋଡ଼ି ଯାଉଥିବା ଦେଖି ସେହି ଯୁବକ ଜଣକ ଚିତ୍କାର କରିଥିଲେ । ସଙ୍ଗେ ସଙ୍ଗେ ୩/୪ଜଣ ଘରୁ ବାହାରି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଜଣେ ଜ୍ୟାକେଟ୍ ଯୋଗେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିବାବେଳେ ଅନ୍ୟ ଜଣେ ଘରୁ ପାଣି ଆଣି ନିଆଁ ଲିଭାଇଥିଲେ। ପୋଲିସ୍ ଆସୁ ଆସୁ ଝିଅ ତଳେ ପଡ଼ି ଚେତାଶୂନ୍ୟ ହୋଇ ଯାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ପଞ୍ଚକୁଲା ପୋଲିସର ସାଇବର ସେଲକୁ ଘଟଣାସ୍ଥଳରେ ଡକାଯାଇଥିଲା କାରଣ ନାବାଳିକାଙ୍କ ଫୋନ୍ ଲକ୍ ପଡ଼ିଯାଇଥିଲା,ଫୋନ୍ ଖୋଲି ହେଉନଥିଲା। ସାଇବର ସେଲର ଟିମ୍ ତଦନ୍ତ କରୁଛି। ଗତ ଦୁଇ ଦିନର ଲୋକେସନ୍ ସହ ଗୋଟିଏ ମାସର କଲ୍ ଡିଟେଲ୍ ବାହାର କରାଯାଉଛି। ପୋଲିସକୁ ଜଣେ ଯୁବକକୁ ସନ୍ଦେହ କରୁଛି ଯିଏ କନିକା​ଙ୍କ ସହ ମନାଲି ଯାଇଥିଲେ। ଯୁବକ ସହ ଝଗଡ଼ା ହେବାରୁ କନିକା ଆତ୍ମହତ୍ୟା କରିବା ଭଳି ନିଷ୍ପତ୍ତି ନେଇଥିଲେ। କନିକାଙ୍କ ପର୍ସରୁ କିଛି ମନାଲିର ଟିକେଟ ମିଳିଥିବାବେଳେ ଗୋଟିଏ ବଡ଼ ଛୁରୀ ମିଳିଛି। କନିକାଙ୍କ ବାପାଙ୍କ କହିବା ଅନୁସାରେ ସେ ଟ୍ୟୁସନ ଯିବା କଥା କହି ଘରୁ ବାହାରି ଯାଇଥିଲେ। ତାଙ୍କ ଟ୍ୟୁସନ ଫିସ୍ ଦେବା ପାଇଁ ଯେତେବେଳେ ଘର ଲୋକେ ଶିକ୍ଷକଙ୍କ ଘରକୁ ଯାଇଥିଲେ ତାଙ୍କୁ ଜଣା ପଡ଼ିଥିଲା ଯେ ସେ ଟ୍ୟୁସନ ଯାଇ ନାହାନ୍ତି। ଏହା ପରେ କନିକାଙ୍କୁ ଫୋନ୍ କରିବାରୁ ସେ ତାଙ୍କ ସାଙ୍ଗଙ୍କ ଘରକୁ ଯାଇଥିବା କଥା କହିଥିଲେ। ଏହା ପରେ କନିକା ହଠାତ୍ ଫୋନ୍ ବନ୍ଦ କରି ଦେଇଥିଲେ। ଏହା ପରେ ତାଙ୍କ ଆତ୍ମହତ୍ୟା ଖବର ଜଣା ପଡ଼ିଥିଲା। ତେବେ ପରିବାରରେ ତାଙ୍କର କହା ସହ କୌଣସି ଝଗଡ଼ା ହୋଇନଥିଲା ଏବଂ ତାଙ୍କର କାହା ଉପରେ କୌଣସି ସନ୍ଦେହ ନାହିଁ ବୋଲି ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking