30.1 C
Bhubaneswar
Wednesday, April 24, 2024
Homeଓଡିଶାଘରେ ଶୋଇଥିବା ବେଳେ ନିଆଁ ଲାଗିଲା

ଘରେ ଶୋଇଥିବା ବେଳେ ନିଆଁ ଲାଗିଲା

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁସାରେ,ବାଲେଶ୍ୱର ସଦର ଥାନା ପାରିକୁଦ ଗାଁର ଶୁକ ଭାରତୀଙ୍କ ଘରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ହଠାତ ନିଆଁ ଲାଗିଯାଇଥିଲା । ଶୁକ ଭାରତୀଙ୍କ ଦେହରେ ନିଆଁ ଲାଗିଥିବାର ତାଙ୍କ ସ୍ତ୍ରୀ ସତ୍ୟବତୀ ଏବଂ ତାଙ୍କ ଝିଅ ମାମା ଦେଖିଥଲେ । ପରେ ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମାତ୍ର ମଧ୍ୟ ନିଆଁ ଲିଭି ନଥିଲା । ଚାହୁଁ ଚାହୁଁ ନିଆଁରେ ଜଳିଗଲେ ଶୁକ ଭାରତୀ। ଘଟଣାସ୍ଥଳରେ ହିଁ ଶୁକ ଭାରତୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ସର୍ଟସର୍କିଟ ଯୋଗୁଁ ଏଭଳି ଘଟଇଥିବା କୁହାଯାଉଛି। କିନ୍ତୁ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି ଶୁକଙ୍କ ପରିବାର।
https://onakhabar.com/2019/12/02/fire-2-injured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking