33.1 C
Bhubaneswar
Wednesday, April 24, 2024
Homeଓଡିଶାଝିଅ ଆତ୍ମହତ୍ୟାର ୩ ଦିନ ପରେ ଜୀବନ ହାରିଲେ ମା’

ଝିଅ ଆତ୍ମହତ୍ୟାର ୩ ଦିନ ପରେ ଜୀବନ ହାରିଲେ ମା’

ରଙ୍ଗେଇଲୁଣ୍ଡା : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ହଳଦିଆପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଝିଅ ଆତ୍ମହତ୍ୟା କରିବାର ତିନିଦିନ ମଧ୍ୟରେ ମା’ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ସନ୍ତୋଷିନୀ ସାହୁ (୨୯) । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ସନ୍ତୋଷିନୀ ଓ ସ୍ୱାମୀଙ୍କ ମଧ୍ୟରେ ମତାନ୍ତର ହେବାରୁ ଗତ ଦୁଇବର୍ଷ ହେଲା ସେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଗ୍ରାମରେ ଦୁଇ ଝିଅ ଓ ପୁଅକୁ ଧରି ଭଡ଼ା ଘରେ ରହୁଥିଲେ । ଗତ ସୋମବାର ସନ୍ତୋଷିନୀଙ୍କ ବଡ଼ ଝିଅ ସ୍ୱାତୀ ସାହୁ ଘରେ କେହି ନଥିବାର ସୁଯୋଗ ନେଇ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିଲେ । ସ୍ୱାତୀଙ୍କ ମୃତ୍ୟୁ ପରେ ମା’ ସନ୍ତୋଷିନୀ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ ।

ବୁଧବାର ବିଳମ୍ବିତ ରାତିରେ ସନ୍ତୋଷିନୀ ପରିସ୍ରା ପାଇଁ ଉଠି ବାରିପଟ ଦେଇ ହଳଦିଆପଦର ରେଳ ଫାଟକ ଠାରୁ ୧୦୦ ମିଟର ଦୂର ରେଳଧାରଣାରେ ଟ୍ରେନ ଆସୁଥିବା ବେଳେ ଆଗକୁ ଡ଼େଇଁ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ସନ୍ତୋଷିନୀଙ୍କ ମୃତ୍ୟୁ ଘଟିଥିଲା । ସନ୍ତୋଷିନୀ ଘରକୁ ନ ଆସିବା ଯୋଗୁଁ ତାଙ୍କ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ । ଶେଷରେ ରେଳଧାରଣାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବ୍ରହ୍ମପୁର ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା ।

ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଜିଆରପି ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ସୂଚନାଥାଉକି ଗତ ସୋମବାର ସନ୍ତୋଷିନୀଙ୍କ ବଡ଼ ଝିଅ ସ୍ୱାତୀ ସାହୁ (୧୧) ଚାଉଳ ଖାଉଥିବା ଯୋଗୁଁ ତାଙ୍କୁ ବାରଣ କରିଥିଲେ । ଏହା ପରେ ସ୍ୱାତୀ ଘରେ କେହି ନଥିବାର ସୁଯୋଗ ନେଇ ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking