ପଞ୍ଜାବ-ଦିଲ୍ଲୀ ଲଢ଼େଇ ଆଜି

ଦୁବାଇ : ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ହେଉଛି ଏକମାତ୍ର ଦଳ ଯାହା ୨ଟି ମ୍ୟାଚ୍‌ରେ ସୁପର ଓଭରର ସମ୍ମୁଖୀନ ହୋଇଛି। ପ୍ରଥମ ଥର ଏହା ପରାସ୍ତ ହୋଇଥିବା ବେଳେ ରବିବାର ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ପଞ୍ଜାବ ୨ ଥର ସୁପର ଓଭରର ସମ୍ମୁଖୀନ ହୋଇଥିଲା। ପ୍ରଥମ ସୁପର ଓଭର ଟାଇ ହେବା ପରେ ୨ୟ ସୁପର ଓଭରରେ କିନ୍ତୁ ପଞ୍ଜାବ ବିଜୟୀ ହୋଇ ପାରିଥିଲା। ଏହାସହ କ୍ରମାଗତ ୨ଟି ମ୍ୟାଚ୍ ଜିତି ସର୍ବନିମ୍ନ ସ୍ଥାନରୁ ପଏଣ୍ଟ ଟେବୁଲ୍‌ରେ ପଞ୍ଜାବ ଉପରକୁ ଉଠିପାରିଛି। ଏପରି ଦୃଢ଼ ମନୋବଳ ନେଇ ଆଜି ମଇଦାନକୁ ଓହ୍ଲାଇବ କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଦିଲ୍ଲୀ କ୍ୟାପିଟାଲ୍‌ସର ମୁକାବିଲା କରିବ ପଞ୍ଜାବ। ପୁଣି ପଞ୍ଜାବ ଖେଳିଥିବା ପ୍ରଥମ ସୁପର ଓଭର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଠାରୁ ପରାସ୍ତ ହୋଇଥିଲା। ଆଇପିଏଲ୍‌ରେ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ୯ଟି ମ୍ୟାଚ୍‌ରୁ ୭ଟି ଜିତି ଦିଲ୍ଲୀ ଏବେ ଟେବୁଲ୍‌ର ଶୀର୍ଷରେ ରହିଛି। ବାକି ୫ଟି ମ୍ୟାଚ୍‌ରୁ ଏହା ମାତ୍ର ଗୋଟିଏ ଜିତିପାରିଲେ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ଲେଅଫ୍‌ ଖେଳିବା ନିଶ୍ଚିତ କରିବ।

LEAVE A REPLY

Please enter your comment!
Please enter your name here