39.1 C
Bhubaneswar
Wednesday, April 24, 2024
Homeଓଡିଶାମଶାଣିରୁ ଦରପୋଡ଼ା ଶବ ଉଦ୍ଧାର; ସ୍ୱାମୀ ଫେରାର, ୫ ଅଟକ

ମଶାଣିରୁ ଦରପୋଡ଼ା ଶବ ଉଦ୍ଧାର; ସ୍ୱାମୀ ଫେରାର, ୫ ଅଟକ

ବେଲଗୁଣ୍ଠା : ନିଜ ଝିଅର ଦରପୋଡ଼ା ଶବକୁ ଉଦ୍ଧାର କରିଛନ୍ତି ବାପା । ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବିକରି ହତ୍ୟା କରିବା ସହିତ ପୋଡ଼ିଦେଇଥିବା ଅଭିଯୋଗ କରିଛନ୍ତି । ପୁଲିସ ୫ଜଣଙ୍କୁ ଅଟକ ରଖିଥିବା ବେଳେ ସ୍ୱାମୀ ଫେରାର୍ ହୋଇଯାଇଛି। ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ମକରାପଲ୍ଲୀ ଗ୍ରାମର ସତ୍ୟ ନାରାୟଣ ଗୌଡଙ୍କ ଝିଅ ଶିବାନୀ(୧୯) ଗତ ବର୍ଷ ଖାରିଗୁଡା ଗ୍ରାମର ଶତୃଘ୍ନ ଗୌଡ଼ାଙ୍କ ପୁଅ ପିଣ୍ଟୁ ଗୌଡ ଓରଫ ନାଜାଙ୍କ ସହ ବିବାହ ହୋଇଥିଲା । ବରପକ୍ଷଙ୍କ ଦାବି ମୁତାବକ ସତ୍ୟନାରାୟଣ ଯୌତୁକ ଦେଇଥିଲେ । କିନ୍ତୁ ବିବାହ ପରଠାରୁ ଶ୍ୱଶୁର ଘର ଲୋକେ ନିୟମିତ ଭାବେ ଶିବାନୀକୁ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରି ନିର୍ଯାତନା ଦେଇଆସୁଥିଲେ । ଝିଅର କଷ୍ଟ ସହି ନପାରି ସତ୍ୟନାରାୟଣ ୧୫ ଦିନ ତଳେ ପୁଣି ୩ ଲକ୍ଷ ଟଙ୍କାର ଘର କରଣା ସାମଗ୍ରୀ କିଣି ଦେଇଥିଲେ ମଧ୍ୟ ଶଶୁର ଘର ତରଫରୁ ଆହୁରି ୪୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ ।

ତେବେ ଗତକାଲି ତାଙ୍କ ଝିଅ ମରିଯାଇଥିବା ଖବର ପାଇଥିଲେ ସତ୍ୟନାରାୟଣ । ସେ ଶ୍ୱଶୁର ଘରକୁ ଯାଇ ତାଙ୍କ ଝିଅକୁ ଦରପୋଡ଼ା ଶବକୁ ଶ୍ମଶାନରୁ ଉଦ୍ଧାର କରିଛନ୍ତି । ତେବେ ଶ୍ୱଶୁର ଘର ଲୋକେ ତାଙ୍କ ଝିଅକୁ ପୋଡ଼ି ମାରିଦେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଝିଅ ଶିବାନୀଙ୍କ ଶାଶୂ କୁସୁମଲତା ଗୌଡ଼, ଶ୍ୱଶୁର ଶତ୍ରୁଘ୍ନ ଗୌଡ, ଜ୍ୱାଇଁ ପିଣ୍ଟୁ ଗୌଡ, ଦେଢଶୁର ରିଙ୍କୁ ଗୌଡ ଏବଂ ମାମୁ ଶ୍ୱଶୁର ସୁଶାନ୍ତ ଗୌଡ଼ ଶିବାନୀଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି କୂଅରେ ପକାଇ ମାରିଦେବା ସହିତ ସକାଳେ ତରବରରେ ଶ୍ମଶାନରେ ପୋଡ଼ିଦେଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ସତ୍ୟନାରାୟଣ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦରପୋଡ଼ା ଶବକୁ ଜବତ କରି ବ୍ରହ୍ମପୁର ଏଫ୍‌ଏମଟିକୁ ପଠାଇ ଦେବା ସହିତ ପାଞ୍ଚ ଜଣଙ୍କୁ ଅଟକ ରଖିଛି । ସ୍ୱାମୀ ପିଣ୍ଟୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking