30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମାନବିକତା ଦେଖାଇଲେ ଦାର୍ଜିଲିଂ ଏସ୍‌ପି : ରକ୍ତ ଦେଇ ପ୍ରସୂତୀଙ୍କୁ ବଞ୍ଚାଇଲେ

ମାନବିକତା ଦେଖାଇଲେ ଦାର୍ଜିଲିଂ ଏସ୍‌ପି : ରକ୍ତ ଦେଇ ପ୍ରସୂତୀଙ୍କୁ ବଞ୍ଚାଇଲେ

ଦାର୍ଜିଲିଂ: ଅପରାଧୀଙ୍କୁ ଧରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସ ଅଧିକାରୀଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ବିବେଚନା କରାଯାଇଥାଏ । ତେବେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏସ୍‌ପି ଭାବେ କାର୍ଯ୍ୟରତ ଆଇପିଏସ୍ ଅଫିସର ସନ୍ତୋଷ ନିମ୍ବଲକର ମାନବିକତା ଦୃଷ୍ଟିରୁ ଏଭଳି ଏକ କାର୍ଯ୍ୟ କରିଛନ୍ତି, ଯାହାଫଳରେ ଆଜି ତାଙ୍କୁ ପ୍ରଶଂସା କରାଯାଉଛି । ବିଳମ୍ବିତ ରାତିରେ ହସ୍ପିଟାଲକୁ ଯାଇ ରକ୍ତ ଦାନ କରିବା ସହ ଜଣେ ପ୍ରସୂତୀଙ୍କ ଜୀବନ ରକ୍ଷା କରିଥିବାରୁ ଏସ୍‌ପିଙ୍କ ଭାବମୂର୍ତ୍ତିକୁ ନୂତନ ଶିଖରରେ ପହଞ୍ଚାଇଛି । ରବିବାର ରାତ୍ରୀଭୋଜନ କରୁଥିବାବେଳେ ଦାର୍ଜିଲିଂର ଏକ ହସ୍ପିଟାଲରୁ ସନ୍ତୋଷଙ୍କ ନିକଟକୁ ଫୋନକଲ୍ ଆସିଥିଲା ।

ଜଣେ ପ୍ରସୂତୀଙ୍କର ଅସ୍ତ୍ରୋପଚାର ପାଇଁ ‘ବି’ ନେଟେଟିଭ୍ ରକ୍ତ ଜରୁରୀ ହୋଇପଡିଥିବା ତାଙ୍କୁ କୁହାଯାଇଥିଲା । ହସ୍ପିଟାଲରେ ଏହି ଗ୍ରୁପ୍‌ର ରକ୍ତ ମହଜୁଦ ନଥିବାବେଳେ ସିଲିଗୁଡିରୁ ଏହି ଗ୍ରୁପ୍‌ର ରକ୍ତ ଆଣିବାକୁ ୬ ଘଣ୍ଟା ସମୟ ଲାଗିଥାନ୍ତା । ଏସ୍‌ପିଙ୍କ ବ୍ଲଡ୍ ଗ୍ରୁପ୍ ‘ବି’ ନେଗେଟିଭ୍ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଥିଲା । ପ୍ରବଳ ବର୍ଷା ଓ ଶୀତ ସତ୍ତ୍ୱେ ଡାକ୍ତରଙ୍କ ଅନୁରୋଧ ରକ୍ଷାକରି ସନ୍ତୋଷ ତୁରନ୍ତ ହସ୍ପିଟାଲରେ ପହଞ୍ଚି ରକ୍ତ ଦେଇଥିଲେ । ଅସ୍ତ୍ରୋପଚାର ପରେ ପ୍ରସୂତୀ ଓ ନବଜାତକ ସୁସ୍ଥ ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ସନ୍ତୋଷ ଜଣେ ଏମବିବିଏସ୍ ଡିଗ୍ରୀଧାରୀ । ସରକାରୀ କାର୍ଯ୍ୟରୁ ଫୁରସତ୍ ମିଳିଲେ, ସେ ଦାର୍ଜିଲିଂରେ ପ୍ରାୟତଃ ରୋଗୀସେବା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking