37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଉଦୟପୁରରେ ଦର୍ଜୀଙ୍କୁ ହତ୍ୟା ମାମଲା: ତଦନ୍ତଭାର ଏନ୍‌ଆଇଏ ଉପରେ ନ୍ୟସ୍ତ

ଉଦୟପୁରରେ ଦର୍ଜୀଙ୍କୁ ହତ୍ୟା ମାମଲା: ତଦନ୍ତଭାର ଏନ୍‌ଆଇଏ ଉପରେ ନ୍ୟସ୍ତ

ନୂଆଦିଲ୍ଲୀ : ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇଥିବା ପ୍ରତିବାଦରେ ମଙ୍ଗଳବାର ରାଜସ୍ଥାନର ଉଦୟପୁର ସହରରେ ଜଣେ ୪୫ ବର୍ଷୀୟ ଦର୍ଜୀ କହ୍ନେୟାଲାଲଙ୍କୁ ବୀଭତ୍ସଭାବେ ମୁଣ୍ଡକାଟି ହତ୍ୟା କରାଯାଇଛି । ରାଜସ୍ଥାନ ପୁଲିସ ଏହି ଘଟଣାରେ ଦୁଇ ହତ୍ୟାକାରୀ ଗାଉସ୍ ମହମ୍ମଦ ଓ ମହମ୍ମଦ ରିୟାସ୍ ଆନ୍‌ସାରୀକୁ ଗିରଫ କରିସାରିଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କେନ୍ଦ୍ର ସରକାର ବୁଧବାର ଏହାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଉପରେ ନ୍ୟସ୍ତ କରିଛନ୍ତି ।

ଏହାଦ୍ୱାରା ହତ୍ୟାରେ ଦେଶ ବିଦେଶର କୌଣସି ସଂଗଠନର ସଂପୃକ୍ତ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି । ଅପରପକ୍ଷରେ ରାଜସ୍ଥାନ ପୁଲିସ ଏହି ଘଟଣାରେ ଆଉ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଅନ୍ୟତମ ହତ୍ୟାକାରୀ ଆନ୍‌ସାରୀ ମୋବାଇଲରେ ପାକିସ୍ତାନର ୧୦ଟି ନମ୍ବର ରହିଥିବାବେଳେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରହିଥିବା ପ୍ରମାଣ ମିଳିଛି । ସେ ୨୦୧୪ରେ କରାଚି ଗସ୍ତ କରିଥିବାବେଳେ ଦାୱତ୍‌-ଇ-ଇସଲାମ ସଂଗଠନ ସହ ସମ୍ପର୍କ ରଖିଥିବା ପୁଲିସ ଜାଣିବାକୁ ପାଇଛି । ଅପରପକ୍ଷରେ ଗାଉସ୍ ମହମ୍ମଦ ଅତୀତରେ ନେପାଳ ଗସ୍ତ କରି ସେଠାରେ ଆତଙ୍କବାଦୀଙ୍କ ସହ ଆଲୋଚନା ମଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking