34.1 C
Bhubaneswar
Thursday, April 25, 2024
Homeଓଡିଶାଡିବିରି ଆଲୁଅରେ ବିତୁଛି ଜୀବନ, ପ୍ରହସନ ପାଲଟିଛି ମାଗଣା ବିଦ୍ୟୁତ ଯୋଗାଣ

ଡିବିରି ଆଲୁଅରେ ବିତୁଛି ଜୀବନ, ପ୍ରହସନ ପାଲଟିଛି ମାଗଣା ବିଦ୍ୟୁତ ଯୋଗାଣ

ଦାରିଙ୍ଗବାଡ : କେନ୍ଦ୍ର ସରକାରଙ୍କ ରିପୋର୍ଟ ଆଧାରରେ ଦେଶର ସମସ୍ତ ଗ୍ରାମରେ ପହଞ୍ଚିଯାଇଛି ବିଦ୍ୟୁତ ସେବା । କିନ୍ତୁ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲ୍‌ା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର ନିସ୍କି, ବଣ୍ଡାପାଙ୍ଗା, ଗସାପାଙ୍ଗା, କୁଟିମାହା, ବାଲାମାହା ଏବଂ ସିନ୍ଧିପାଙ୍ଗା ଗ୍ରାମର ବିପିଏଲ ପରିବାର ପାଖରେ ପହଞ୍ଚିିପାରିନି ବିଜୁଳି ଆଲୁଅ । ଫଳରେ ଏଠାକାର ଲୋକଙ୍କର ଡିବିରି ଆଲୁଅରେ ଜୀବନ ବିତୁଛି ।

ଏହି ଗାଁ’କୁ ଦେଖିଲେ ଲାଗେ ଯେମିତି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ ଯୋଗାଣ ନେଇ ସରକାର ଦେଇଥିବା ସବୁ ପ୍ରତିଶ୍ରୁତି ପ୍ରହସନ ପାଲଟିଛି । ଏଠାରେ ବିଜୁ ଜ୍ୟୋତି ଯୋଜନା, ରାଜୀବ ଗାନ୍ଧୀ ବିଜୁଳି ଯୋଜନା ଓ ସୌଭାଗ୍ୟ ଯୋଜନା ଫେଲ୍ ମାରିଛି । ବ୍ଲକର ୬ ଗ୍ରାମରେ ୬୦ ପରିବାରର ୩ ଶହରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି । ଗାଁ’ରେ ଥିବା ସମସ୍ତ ପରିବାର ବିପିଏଲ୍ ବର୍ଗର । ସନ୍ଧ୍ୟା ଆସିଲେ ଡିବିରି ଆଲୁଅ ହିଁ ଏକ ମାତ୍ର ସାହା ଭରଷା । ଅନ୍ୟପକ୍ଷେ ଡିବିରି ଆଲୁଅ ଜଳାଇବା ପାଇଁ ଆବଶ୍ୟକ ହେଉଥିବା କିରୋସିନ୍ ମଧ୍ୟ ଠିକ୍ ସମୟରେ ମିଳୁନାହିଁ । ଯାହା ମିଳୁଛି ଦଶ ବାର ଦିନ ମଧ୍ୟରେ ଶେଷ ହୋଇଯାଉଛି ।

ନିସ୍କି ଗ୍ରାମଠାରୁ ମାତ୍ର ୨ କିଲୋମିଟର ଗାହାକିଆ ଗ୍ରାମରେ ବିଦ୍ୟୁତ ସେବା ଉପଲବ୍ଧ ଥିବାବେଳେ ନିସ୍କି ସମେତ ତାହାର ଆଖପାଖ ଗ୍ରାମ ଅନ୍ଧାରରେ ଡୁବି ରହୁଛି। ବିଦ୍ୟୁତ ସେବା ଯୋଗାଇବା ପାଇଁ  ୩ ବର୍ଷ ହେବ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଭାବେ ଅଭିଯୋଗ କରିଆସୁଛନ୍ତି । ଲଗାତାର ଭାବେ ବ୍ଲକ ପ୍ରଶାସନ ଏବଂ ଦାରିଙ୍ଗବାଡ଼ି ବିଦ୍ୟୁତ କାର୍ଯ୍ୟାଳୟରେ ନିବେଦନ କରିଛନ୍ତିି । କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳିପାରିନାହିଁ । ଗ୍ରାମବାସୀ ପୁଣିଥରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking