ମୟୁରଭଞ୍ଜ : ରେଲୱେ ଜାଗା ଉପରେ ଗଢ଼ି ଉଠିଥିବା ବସ୍ତି ଉଚ୍ଛେଦ ପାଇଁ ନୋଟିସ। ତେବେ ବାରିପଦା ସହର ସ୍ଥିତ ଭଂଜପୁର ଅଂଚଳରେ 30 ବର୍ଷରୁ ଉର୍ଦ୍ଧ ହେବ 40 ପରିବାର ରେଲୱେ ଜାଗାରେ ରହି ଆସୁଛନ୍ତି।ତେବେ ଦୁଇଦିନ ପୁୁର୍ବରୁ ରେଳବାଇ ପକ୍ଷରୁ ଏହି ବସ୍ତିକୁ ଖାଲି କରିବା ପାଇଁ ନୋଟିସ ଜରିକରାଯାଇଛି। ଏହାକୁ ବିରୋଧ କରି ବସ୍ତିବାସିନ୍ଦା ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭୂମିହୀନ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ସହ ସେମାନଙ୍କୁ BPL କାର୍ଡ , voter କାର୍ଡ ଓ ଆଧାର କାର୍ଡ ମଧ୍ୟ ପ୍ରଦାନ କରାଯାଇଛି।ବର୍ତମାନ କରୋନା ମହାମାରୀ ସେମାଙ୍କର ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଘରଭାଙ୍ଗି ଦେଲେ ସେମାନେ ଯିବେ କୁଆଡେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଓଡିଶା ସରକାର ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଯୋଜନା କରିଥିବା ବେଳେ ବିନା ଥଇଥାନରେ ଉଚ୍ଛେଦ ସରକାରଙ୍କ କହିବା ଓ କରିବା ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଭୂମିହୀନ ପରିବାର ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଘରବାରି ଯୋଗାଇ ଦିଆଯାଉଥିବା ବେଳେ ଏମାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ଆଲୋଚନା ହେଉଛି।