39.1 C
Bhubaneswar
Wednesday, April 24, 2024
Homeଓଡିଶାଡଙ୍ଗରିଆ ମହିଳା ପ୍ରମାଣପତ୍ର ପାଇଁ ଜିଲ୍ଲାପାଳଙ୍କ ଅଫିସରେ କାଟୁଛି ଚକ୍କର

ଡଙ୍ଗରିଆ ମହିଳା ପ୍ରମାଣପତ୍ର ପାଇଁ ଜିଲ୍ଲାପାଳଙ୍କ ଅଫିସରେ କାଟୁଛି ଚକ୍କର

ରାୟଗଡା: ଆଦିମ ଜନଜାତି ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ ହେଲେ ପ୍ରକୃତ ପକ୍ଷେ ଏସବୁ ଯୋଜନା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁନି । ତାହାପୁଣି ନିୟମଗିରି ନିରୀହ ଆଦିମ ଜନଜାତି ମହିଳା ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ । ଏହି ଚିତ୍ରକୁ ଦେଖିଲେ ଯେ କେହି ବି କହିବ କିଭଳି ଚାଲିଛି ଆଦିମ ଜନଜାତିଙ୍କ ଇଲାକାରେ ସରକାରଙ୍କ ଯୋଜନା । ରାୟଗଡ ଜିଲ୍ଲା ନିୟମଗିରି କୁର୍ଲି ପଞ୍ଚାୟତ ଉପରଗୁମ୍ମାର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ନିରୀହ ମହିଳା କ୍ରିମିଟି ସିକକ୍କା । ଯିଏକି ନା ଓଡ଼ିଆ ବୁଝନ୍ତି ନା’କହିପାରନ୍ତି । ଗୋଟିଏ ଆଖି ସମ୍ପୂର୍ଣ ଦେଖା ଯାଉନଥିବା ବେଳେ ଗୋଟିଏ ଗୋଡ ମଧ୍ୟ ବୋଲ ମାନୁନି ଚାଲିବାକୁ । ଫଳରେ ଛୋଟେଇ ଛୋଟେଇ ଚାଲିବାକୁ ବାଧ୍ୟ କରିଛି ନିୟତି କ୍ରିମିଟିକୁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଯାବତ ସରକାରଙ୍କ ତରଫରୁ ନା ମିଳିଛି ଦିବ୍ୟାଙ୍ଗ ପ୍ରମାଣ ପତ୍ର ଖଣ୍ଡେ ନା’ପାଇ ପାରିଛନ୍ତି ସରକାରୀ ସହାୟତା । ଯଦ୍ୱାରା କି ସେ ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ପାଠ ପଢିନଥିବା କ୍ରିମିଟି ସିକକ୍କାକୁ ସହଯୋଗର ହାତ ବଢ଼ାଇଛନ୍ତି ଜଣେ ସ୍ଥାନୀୟ ଯୁବକ । ସେ ସାଥିରେ ଆଣି ଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଗୁହାରି କରିଛନ୍ତି । ଅଭିଯୋଗ ପାଇବାପରେ ସମ୍ପୃକ୍ତ ବିଡିଓଙ୍କୁ ଅବଗତ କରାଯାଇ ଶୀଘ୍ର ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ପାଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଯୁବକ ଉମାସଙ୍କର କନ୍ଧ ପାଣି । ହେଲେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking