38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଶାଶୂଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଦେହରେ ଲଗାଇଲେ ନିଆଁ

ଶାଶୂଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଦେହରେ ଲଗାଇଲେ ନିଆଁ

ନୂଆଦିଲ୍ଲୀ: ବିହାର ଦାନାପୁର ପରଷା ବଜାର ଥାନା ଅନ୍ତର୍ଗତ ସକରୈଚାରେ ବୋହୂ ଶାଶୁର ହତ୍ୟା କରିବା ପରେ ନିଜକୁ ନିଆଁ ଲଗାଇ ଦେଇଛି । ଆଉ ବାହାରକୁ ବହାରିବା ପରେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଏହା ଦେଖିବା ଗାଁ ଲୋକେ ତାଙ୍କୁ ବଂଚାଇବାକୁ ପ୍ରୟାସ କରିଥିଲେ ଓ ମେଡିକାଲରେ ଭର୍ତ୍ତି କରାଇଥିଲେ । ସୂଚନା ଅନୁସାରେ, ଶାଶୁ ଧର୍ମଶୀଳା ଦେବୀ ଙ୍କ ନିିର୍ମମ ହତ୍ୟା ପରେ ବୋହୂ ଆରତୀ ଦେବୀ ନିଜକୁ ନିଆଁ ଲଗାଇ ଦେଇଥିଲେ । ଖାଲି ଏତିକି ନୁହେଁ ,ଏତେ କାଣ୍ଡ କରିବା ପରେ ଶାଶୁଙ୍କ ଆଖି ତାଡି ଦେଇଥିଲେ । ହାତ ଆଙ୍ଗୁଠି ବି କାଟି ଦେଇଥିଲେ । ଏମିତି ନିର୍ମମ ହତ୍ୟା ବୋହୂ କରିଥିଲା । ଏହି ଘଟଣା ପରସା ବଜାର ଥାନା ଅନ୍ତର୍ଗତ ସକରୈଚା ଗାଁରେ ଘଟିଛି । ପରେ ଖବର ପାଇ ପରସା ବଜାର ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ପଟନା ପିଏମସିଏଚକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୋହୁ ଆରତୀକୁ ବି ଉଦ୍ଧାର କରି ପିଏମସିଏଚ ପଠା ଯାଇଛି । ରିପୋର୍ଟ ଅନୁସାରେ, ଗାଁରେ ରହୁଥିବା ରାଜକୁମାର ସାବଙ୍କ ପତ୍ନୀ ଓ ତାଙ୍କ ମା ଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା । ମାରପିଟ ବି ହେଉଥିଲା । ଏଥିପାଇଁ ଆଜି ସକାଳୁ ବୋହୂ ଆରତୀ ନିଜ ଶାଶୂ ଧର୍ମଶିଳା ଦେବୀଙ୍କ ହତ୍ୟା କରିଛି । ପରେ ତାଙ୍କ ଆଖି ତାଡି ଦେଇଛି । ହାତ ଆଙ୍ଗୁଳି ବି କାଟି ଦେଇଥିଲେ ବୋହୂ ଆରତୀ । ପରେ ନିଜେ ନିଜ ଦେହରେ ନିଆଁ ଲଗାଇ ଯେତେବେଳେ କବାଟ ଖୋଲି ବାହାରକୁ ଆସିଥିଲେ ତାଙ୍କୁ ଦେଖି ଗାଁ ଲୋକଙ୍କ ହୋସ ଉଡିଯାଇଥିଲା । ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking